logo

ସାନଘାଗରା ମହିଳା ଉତ୍ପାଦକ କମ୍ପାନୀ ତରଫରୁ ଏକ ବୈଠକ ଅନୁଷ୍ଠିତ।

ସାନଘାଗରା ମହିଳା ଉତ୍ପାଦକ କମ୍ପାନୀ ତରଫରୁ ଏକ ବୈଠକ ଅନୁଷ୍ଠିତ।

କେନ୍ଦୁଝର,ତା୫/୧୨- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଖଜୁରୀମୁଣ୍ଡି ଠାରେ ସାନଘାଗରା ମହିଳା ଉତ୍ପାଦକ କମ୍ପାନୀ ଲିମିଟେଡ଼ର କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ପ୍ରସ୍ତୁତି କରାଯାଇଥିଲା। ବୈଠକରେ ଉପସ୍ଥିତ ଥିଲେ ନାବାର୍ଡ଼ ଡିଡିଏମ୍ କୁରେଶ କୁମାର ନାୟକ, ସେବକ ସଂସ୍ଥାର ପୋଗ୍ରାମ ମ୍ୟାନେଜର ରଞ୍ଜନ କୁମାର ଭୁକ୍ତା ଏବଂ ସରୋଜ ପ୍ରସାଦ ସିଂ ଉପସ୍ଥିତ ରହିବା ସହ ସାନଘାଗରା ସିଇଓ ସୁମିତ୍ରା ରାଣୀ ପାତ୍ର, ବିଓଡ଼ି, ପ୍ରମୋଟର ଉପସ୍ଥିତ ରହି ଚାଷୀ ମାନଙ୍କୁ ଛତୁ ଚାଷ ଓ ବିଭିନ୍ନ ପନିପରିବା ଚାଷ କରିବାକୁ ଉତ୍ସାହିତ କରିବା ସହ କିପରି ଚାଷୀ ମାନେ ନିଜେ ନିଜେ ଆତ୍ମନିର୍ଭରଶୀଳ ହୋଇ କିପରି ଆଉ ଦୁଇ ପାଦ ଆଗେଇ ଯିବେ ସେ ବିଷୟରେ ଆଲୋଚନା କରିବା ସହ ଆଗକୁ ହେବାକୁ ଯାଉଥିବା ବୈଶାଖ ମାସରେ କିପରି ବୋରୱାଲ ଖନନ କରି ପାଣି ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଅନ୍ୟପଟେ ବାଂଶପାଳ କୃଷି ବିଭାଗ ସହଯୋଗରେ ଆଗାମୀ ୨୦୨୫,୨୦୨୬ ବର୍ଷରେ କିପରି ଖରିଫ ଚାଷ ପାଇଁ ଧାନ ବିହନ ସାର ପନିପରିବା ବିହନ ଯୋଗାଇ ଦିଆ ଯାଇଯିବ ଏବଂ ତରମାକାନ୍ତ ପଞ୍ଚାୟତର ବିରକଳା, ଚମ୍ପାଝର, ଜଳଡିହ ଏହି ସବୁ ଗ୍ରାମଗୁଡିକୁ ନେଇ ବରଗୁଡା ଗ୍ରାମରେ ଶାଳପତ୍ରରେ ପ୍ରସ୍ତୁତ କରାଯାଇଥିବା ଖଲିକୁ କିପରି ବଜାର ସଂଯୋଗୀକରଣ କରାଯାଇପାରିବ ନାବାର୍ଡ଼ ପରିଚାଳକ କୁରେଶ କୁମାର ନାୟକ ପରିଦର୍ଶନ କରି ମା' ମାନଙ୍କ ସହ ଆଲୋଚନା କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792

25
826 views