logo

ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ବାର୍ଷିକ କ୍ରୀଡା ଉଦଯାପିତ।

ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ବାର୍ଷିକ କ୍ରୀଡା ଉଦଯାପିତ।

ପାଟଣା: ୪/୧୨, ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ର ପଞ୍ଚମ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି।ଅଧ୍ୟକ୍ଷ ଗଣେଷ ପ୍ରସାଦ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ସମ୍ପାଦକ ଅବିନାଶ ଦାଶ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବାର୍ଷିକ କ୍ରୀଡ଼ା ରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ଖେଳ ପ୍ରତି ଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ଙ୍କ ଦ୍ଵାରା ମ୍ୟୁଜିକ ଚେୟାର, ଗଣିତ ଦୌଡ଼, ସ୍ଲିପିଂଙ୍ଗ, ପୁଚି, ୫୦ ମିଟରରୁ ୪ ଶହ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବିସ୍କୁଟ ଖିଆ, ବେଙ୍ଗ ଡିଆଁ, ବେଲୁନ ଫୁଟା, ରିଲେ ଦୌଡ଼, ଆଦି ବିଭିନ୍ନ କ୍ରୀଡ଼ା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡ଼ା କୁ ବିଦ୍ୟାଳୟ ର ଜ୍ୟୋସ୍ନାରାଣୀ ତ୍ରିପାଠୀ, ସସ୍ମିତା ମହାନ୍ତ, ରିମା ରଣା, ଭାବଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ଦାଶ, ନୃସିଂହ ଦାସ, ନୃସିଂହ ବେହେରା, ବବିତା ବାରିକ, ଲିପିକା ମହାନ୍ତ, ହୁସନାରା ପରବିନ, ଭୁବନ ସୁନ୍ଦର ମୁଦି, ସବିତା ବେହେରା, ହେମବତୀ ମହାନ୍ତ, ଲକ୍ଷ୍ମୀପ୍ରିୟା ସାହୁ, ଭାର୍ଗବୀ ପ୍ରିୟଦର୍ଶୀନୀ ମହାନ୍ତ, ସ୍ମୃତି ପାଢ଼ୀ ଓ ସାହାବାଜ ଆଲାମ, ପ୍ରମୁଖ ଖେଳ ପରିଚାଳନା କରିଥିଲେ। କୃତି ପ୍ରତିଯୋଗୀ ଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ/ମୋବାଇଲ: ୯୪୩୯୨୧୧୭୮

13
1184 views