logo

ବୈତରଣୀ ନଦୀର ୨ ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ବିଚାରଧିନ।

ବୈତରଣୀ ନଦୀର ୨ ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ବିଚାରଧିନ।

ପାଟଣା:୪/୧୨: ବୈତରଣୀ ନଦୀର ୨ ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ବିଚରାଧୀନ ଥିବା ଓଡ଼ିଆ ସରକାର ଙ୍କ ଠାରୁ ସୂଚନା ମିଳିଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପାଟଣା ବ୍ଲକ ର ନୂଆପଡା ଠାରେ ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘଦିନ ର ଦାବି ପ୍ରସଙ୍ଗ ରେ ବିଧାନସଭାରେ ୧୫୮୯ ଅଣତାରକା ପ୍ରଶ୍ନ ଉଠାଇଥିଲେ। ଏହା ଛଡା ୨୦୨୦ ଠାରୁ ଆଜି ପର୍ୟ୍ଯନ୍ତ ବିଭାଗ ପକ୍ଷରୁ କେଉଁ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ବ୍ୟୟ କରାଯାଇଛି ସେ ନେଇ ଉତ୍ତର ଚାହିଁ ଥିଲେ। ଉତ୍ତର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ବ୍ୟାରେଜ ପାଇଁ କୌଣସି ଉତ୍ତର ରଖି ନଥିବା ବେଳେ ପାଟଣା ବ୍ଲକ ର ରାଜନଗର ଓ ଭୀମକୁଣ୍ଡ ଠାରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ଥିବା ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘଟଗାଁ ବ୍ଲକ ର ୧୧୦୩ ହେକ୍ଟର ସାହାରପଡା ବ୍ଲକ ର ପ୍ରାୟ ୧୨୪୧.୫୦ହେକ୍ଟର ପାଟଣା ବ୍ଲକ ର୧୧୬୮୧.୫୦ ହେକ୍ଟର ଏବଂ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ର ପ୍ରାୟ ୬୬୩୫ ହେକ୍ଟର ଏହିପରି ମୋଟ ୩୧.୮୩୫ ହେକ୍ଟର ଜମି କୁ ଜଳ ଯୋଗାଣ କରାଯିବା କୁ ଲକ୍ଷ ରଖାଯାଇଛି। ଏହି ବ୍ୟାରେଜର ଚୂଡାନ୍ତପ୍ରକଳ୍ପ ରିପୋର୍ଟ କାର୍ଯ୍ୟ ଚାଲୁରହିଥିବା ସୂଚନା ଦେଇଛନ୍ତି।ଏହାଛଡା ବିଭିନ୍ନ ପ୍ରକଳ୍ପ ର ବ୍ୟୟ ବରାଦ ର ତଥ୍ୟ ମଧ୍ୟ ବିଧାୟକ ଙ୍କୁ ଲିଖିତ ସୂଚନା ଦିଆଯାଇଛି।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ/ ମୋବାଇଲ: ୯୪୩୯୨୧୧୧୭୮

3
529 views