logo

ଘରୋଇ କଳି ଝଗଡାରୁ ସ୍ଵାମୀ କଲେ ଆତ୍ମହତ୍ୟା!

ଘରୋଇ କଳି ଝଗଡାରୁ ସ୍ଵାମୀ କଲେ ଆତ୍ମହତ୍ୟା!

କେନ୍ଦୁଝର,ତା୪/୧୨- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତର ରାଇକୁଦର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଦୁଃଖଦାୟକ ଘଟଣା। ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଅଶାନ୍ତି ଓ ଝଗଡ଼ାରୁ ଶେଷରେ ସ୍ଵାମୀ ବଳଭଦ୍ର ମହାକୁଡ (୪୭) ଘର ଭିତରେ ସନ୍ଧ୍ୟା ବେଳେ କବାଟ ବନ୍ଦକରି ଶେଣୀରେ ଝୁଲି ଆତ୍ମହତ୍ୟା କରିଛି। ତେବେ ସେ ଆତ୍ମହତ୍ୟା କଲାବେଳେ ସ୍ତ୍ରୀ ପାଣି ଆଣିବାକୁ ବାହାରକୁ ଯାଇଥିଲେ। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମର୍ଟମ୍ କରାଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତାଙ୍କର ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792

12
745 views