
କେନ୍ଦୁଝର ପୋଲିସ ଦ୍ବାରା ସାଇବର ଠକେଇ କରୁଥିବା ସନ୍ଦିଗ୍ଧ କୁ ଗିରଫ କରିବାରେ ସଫଳତା ହାସଲ।
କେନ୍ଦୁଝର ଟାଉନ ଥାନା ମାମଲା ସଂଖ୍ୟା– 931, ତା. 03.12.2025 ଅନୁସାରେ ଧାରା 338/336(3)/340(2)/319(2)/318(4)/3(5) BNS ଓ 66(C)/66(D) IT Act ରେ ଗଠିତ ସାଇବର ଠକେଇ ଓ ମୁଲ୍ ଆକାଉଣ୍ଟ ଚକ୍ରକୁ ଧ୍ୱସ କରିବା ପାଇଁ କେନ୍ଦୁଝର ଜିଲ୍ଲା ପୋଲିସ ତଦନ୍ତ ଜାରି ରଖିଛି। ଏହି ମାମଲାରେ ଶିଶୁ ଆଇନ ଉଲ୍ଲଂଘନକାରୀ (CCL) କୁ 04.12.2025 ରେ ଆଇନ ଅନୁଯାୟୀ ଧାରା ଯାଇଛି ।
ଅଭିଯୋଗକାରୀ ଅକାଶ ଜେନାଙ୍କ ରିପୋର୍ଟ ଆଧାରରେ ତଦନ୍ତରେ ସ୍ପଷ୍ଟ ହୋଇଛି ଯେ CCL ଜଣକ ଝାରଖଣ୍ଡର ଧାନୱାଦର ମହମ୍ମଦ ସଲାଉଦ୍ଦିନ (ବର୍ତ୍ତମାନ ପଦ୍ମପୁର, କେନ୍ଦୁଝର) ଓ ପଣ୍ଡାପଡ଼ାର ସୁମନ ନାମକ ସାଇବର ଏଜେଣ୍ଟଙ୍କ ସହ ଷଢ଼ଯନ୍ତ୍ର କରି ମୁଲ୍ ଆକାଉଣ୍ଟ ସପ୍ଲାଇ ଚେନ୍ ଚାଳାଉଥିଲେ। ତଦନ୍ତରେ ଏପର୍ଯ୍ୟନ୍ତ 108ଟି ମୁଲ୍ ଆକାଉଣ୍ଟ ଚିହ୍ନଟ ହୋଇଛି ଯାହା ମାଧ୍ୟମରେ ₹1 କୋଟିରୁ ଅଧିକ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ଏହି ଏଜେଣ୍ଟମାନେ ବେରୋଜଗାର ଯୁବକ, ମହିଳା ଏବଂ ବୃଦ୍ଧଙ୍କୁ ଲକ୍ଷ୍ୟ କରି ₹2,000/- ରୁ ₹5,000/- ପର୍ଯ୍ୟନ୍ତ ଲୋଭ ଦେଇ ବ୍ୟାଙ୍କ ଆକାଉଣ୍ଟ, ATM, SIM ଓ KYC ଡକ୍ୟୁମେଣ୍ଟ ନେଇ ଠକେଇ ଚକ୍ରକୁ ଯୋଗାଣ ଦେଉଥିଲେ।
ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଛି ଯେ CCL ନିଜ ମା’ ପଦ୍ମିନୀ ଦେହୁରୀଙ୍କ ନାମରେ UCO Bank ରେ ଏକ ଆକାଉଣ୍ଟ ଖୋଲାଇଥିଲେ ଯେଉଁଠାରେ ₹8,07,507/- ଟଙ୍କା ଠକେଇ ଟ୍ରାଞ୍ଜାକ୍ସନ୍ ହୋଇଛି। କେନ୍ଦୁଝର ପୁଲିସ ଦ୍ୱାରା ବିଭିନ୍ନ ବ୍ୟାଙ୍କ—Canara Bank, Union Bank, UCO Bank, Indian Bank ଓ IndusInd Bank ଠାରୁ 108 ଆକାଉଣ୍ଟର KYC ଓ ଟ୍ରାଞ୍ଜାକ୍ସନ୍ ବିବରଣୀ ଆହରଣ କରାଯାଇଛି, ଯାହାରୁ 50ଟି ରିପୋର୍ଟ ମିଳିଛି ଏବଂ ଶେଷ ଆକାଉଣ୍ଟଗୁଡ଼ିକର ତଦନ୍ତ ଚାଲିଛି।
ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସଚେତନତା
କେନ୍ଦୁଝର ଜିଲ୍ଲା ପୁଲିସ ପ୍ରଥମେ ସମସ୍ତଙ୍କୁ ଜଣାଇବାକୁ ଚାଏ:
🔴 କୌଣସି ଉତ୍ସାହ, ପ୍ରଲୋଭନ ବା ଟଙ୍କାର ବଦଳରେ ଜଣେ ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟ, ATM, SIM କାର୍ଡ, KYC, OTP କିମ୍ବା ପରିଚୟ ପତ୍ର କେବେ ଦିଅନ୍ତୁ ନାହିଁ।
🔴 ଆପଣଙ୍କ ଆକାଉଣ୍ଟକୁ ମୁଲ୍ ଆକାଉଣ୍ଟରେ ପରିଣତ କରି ସାଇବର ଠକେଇରେ ବ୍ୟବହାର କରାଯାଏ ତେବେ ଆପଣ ମଧ୍ୟ ଆଇନୀ କାର୍ଯ୍ୟାନୁଷ୍ଠାନରେ ଜଡିତ ହେବେ।
🔴 ସନ୍ଦିଗ୍ଧ ବ୍ୟକ୍ତି, ଏଜେଣ୍ଟ ନା ମିଡଲମ୍ୟାନ୍ ଏପରି ପ୍ରସ୍ତାବ ଦେଲେ ତୁରନ୍ତ Dial 112 କିମ୍ବା ସାଇବର ହେଲ୍ପଲାଇନ୍ 1930 ରେ ସୂଚନା ଯୋଗାନ୍ତୁ।
ପୋଲିସର ଆହ୍ୱାନ
କେନ୍ଦୁଝର ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି—
✔ ନିଜର ପରିଚୟ ଓ ବ୍ୟାଙ୍କ ବିବରଣୀକୁ ସୁରକ୍ଷିତ ରଖନ୍ତୁ।
✔ ଅଜଣା ବା ସନ୍ଦିଗ୍ଧ ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଦିଅନ୍ତୁ ନାହିଁ।
✔ ଏପରି ଠକେଇ ଚକ୍ରକୁ ମୂଳରୁ ନିରୋପାୟ କରିବାରେ ପୁଲିସକୁ ସହଯୋଗ କରନ୍ତୁ।
– କେନ୍ଦୁଝର ଟାଉନ ପୋଲିସ-
ରିପୋର୍ଟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬