ସେମିଳିଗୁଡା ଜାଭିଅରରେ ବିଜ୍ଞାନ ଦିବସ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୪/୧୨/୨୫(ଗୁରୁବାର)
ସେମିଲିଗୁଡା ରେ ଜାଭିଅର ବିଜ୍ଞାନ ଦିବସ
---------------------- ସେମିଳିଗୁଡା ସ୍ଥିତ ସେଣ୍ଟ ଜାଭିଅର ସ୍କୁଲ କ୍ୟାମ୍ପସ ରେ ଦିନିକିଆ ଜାଭିଅର ବିଜ୍ଞାନ ଦିବସ ଆୟୋଜିତ ହୋଇଯାଇଛି |ଏହି ବିଜ୍ଞାନ ଦିବସରେ ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଅଜୟ କୁମାର ସାହୁ, ସମାଜସେବୀ ସ୍ନିଗ୍ଧା ରାଣୀ ମିଶ୍ର,ଏସ ଏଯୁକେସନ ର ନିଁର୍ଧେସକ ରାଜ ପଣ୍ଡା, ବିଜ୍ଞାନ ଶିକ୍ଷକ ମାନସ ପଣ୍ଡା ଓ ଶ୍ରୀତାଲି ମିଶ୍ର, ପି ଶୈଳଜା ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ବୁଲି ଦେଖିଥିଲେ | ସ୍କୁଲ ପରିଚାଳନା ପରିଷଦର ନିର୍ଦେଶକ ମନୋରଞ୍ଜନ ପାଢ଼ୀ, ସଭାପତି ଶିବ ଚରଣ ପାଣି ଓ ଅଧ୍ୟକ୍ଷା ସସ୍ମିତା ନାୟକ ଏହି ବିଜ୍ଞାନ ଦିବସକୁ ପରିଚାଳନା କରିଥିଲେ |ଏଥିରେ ୬୮ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା | ପ୍ରତି ବର୍ଷ ଏମିତିକା ବିଜ୍ଞାନ ଦିବସ ପାଳନ କରାଯାଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ଉପରେ ଅବଗତ କରାଯାଉଛି ବୋଲି ନିର୍ଦେଶକ ଶ୍ରୀ ପାଢ଼ୀ | ମେରୀ ଯଶିଣ୍ଟା ନାୟକ ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ |