
ହାତୀ ସୁରକ୍ଷା - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
ହାତୀ ସୁରକ୍ଷା
-------------
ଜଙ୍ଗଲ ଅଟଇ ଆମରି ଜୀବନ
ଆଦିକାଳୁ ସେବା କରୁଛି,
ତାର ଉପକାର ବୁଝୁନି ମଣିଷ
କାଟି କାଟି ପଦା କରୁଛି I
ଫଳ ମୂଳ ଡାଳ ଚେର ଓ ବକଳ
ଔଷଧୀୟ ଗୁଣ ସଭିରେ ,
ନାହିଁ ପ୍ରତିକ୍ରିୟା ସବୁ ରୋଗ ପରା
ଉପଶମ ହୁଏ ଏଥିରେ I
ବନ୍ୟ ପଶୁପକ୍ଷୀ ନିବାସ କରନ୍ତି
ଏହି ଅରଣ୍ୟର କୋଳରେ,
କାଟି କାଟି ପଦା କରୁଛି ମାନବ
କଳ କାରଖାନା ପାଇଁରେ I
ପରିବେଶ ଆମ ହୁଏ ସନ୍ତୁଳିତ
ସବୁ ଜୀବଜନ୍ତୁ ପାଇଁରେ ,
ଏହାରି ଅଭାବେ ଅ ସୁରକ୍ଷିତ ଆମେ
ବିପଦ ଜୀବନ ପାଇଁରେ I
ବିଂଶ ଶତାବ୍ଦୀ ର ସଭ୍ୟ ମାନବ
ବୁଝି ପାରୁନାହିଁ ଜମା ,
ଜୀବ ମାରୁଅଛି ଜଙ୍ଗଲ କାଟୁଛି
ଖାତିର ନାହିଁ ଜମା I
ଦିନୁ ଦିନ ଦେଖ ହାତୀ ଉପଦ୍ରଵ
ହୁ ହୁ ହୋଇ ବଢଇ ,
ବରଷରେ ପରା ତିନିଶ ମରନ୍ତି
ଅଛି ଆକଳନ ହୋଇ I
ନିଜେ ବରୁଅଛି ନିଜର ମରଣ
ଧାଇଁ ଯାଇ ହାତୀ ପାଖକୁ ,
ତିନି ହଜାର କିଲୋ ଓଜନ ତାହାର
ଆଶ୍ଚର୍ଯ୍ୟ ଲାଗଇ ମନୁଷ୍ୟକୁ I
ସରକାରଙ୍କର ଅନୁକମ୍ପା ରାଶି
ଜୀବନ ଠୁଁ ନୁହେଁ ବଡ଼ ,
ଧୀର ସ୍ଥିର ଭାବେ ଘଉଡ଼ାଅ ତାଙ୍କୁ
କରନ୍ତୁନି ଜମା ଭିଡ଼ I
ସାମାନ୍ୟ ପିମ୍ପୁଡି ମାଡିଦେଲେ ପରା
କାମୁଡି ଦିଏରେ ଆମକୁ ,
ସହଜେ ବିରାଟ କାୟ ଅଟେ ହସ୍ତୀ
ଛାଡିବନି ଜମା କାହାକୁ I
ରଗାଇଲେ ଆମେ ରାଗିଯିବ ସିଏ
ଚେଷ୍ଟା କରିବରେ ମାରିବାକୁ,
ପଡିଲେ ହାବୁଡେ ଦଳିଦେବ ସିଏ
ଡରିବାରେ ଆମେ ତାହାକୁ I
ଢେଲା ପଥର ନିଆଁ ହୁଳା ବାଣ
ବିଦ୍ୟୁତ ଆଘାତ ଦେବାନି,
ଏପରି କରିଲେ କ୍ରୋଧାନ୍ୱିତ ହୋଇ
କରିଦେବ ଧନ ଜନ ହାନୀ I
ହାଣ୍ଡିଆ ମହୁଲି ପଣସ କଦଳୀ
ତା ସଙ୍ଗେ ଧାନ ଚାଉଳ ,
ଭଲ ଲାଗେ ବୋଲି ଖାଇବାକୁ ଦେଖ
ଭାଙ୍ଗୁଛିରେ ଘର ଦୁଆର I
ଆଜିକାଲି ଦେଖ ଆଗ ପରି ଆଉ
ହାତୀ ଖାଉନାହିଁ ଡାଳ ,
ମହୁଲି ନିଶାରେ ମତୁଆଲା ହୋଇ
ହାତୀ ହେଉଛିରେ ପାଗଳ I
ସିଏ ସିନା ପଶୁ କଥା କହୁନାହିଁ
ଆମେ କିନ୍ତୁ ସବୁ ଜାଣୁଛେ,
ଜାଣୁ ଜାଣୁ ପୁଣି ବାହାଦୁରୀ ପାଇଁ
ତାଙ୍କରି ପାଖକୁ ଧାଉଁଛେ I
ଗଜ ସୁରକ୍ଷାର ସଚେତନ ପାଇଁ
ସରକାର ଙ୍କର ଯୋଜନା,
ସଫଳ କରିବା ସତର୍କ ରହିବା
ବିପଦ ହେବନି ଜମା I
ବିଦ୍ୟୁତ ତାର ଓହଳି ଆସିଲେ
ତୁରନ୍ତ ଆମେ ଜଣାଇବା,
ସଭିଙ୍କର ଏହା କର୍ତ୍ତବ୍ୟ ଅଟଇ
ଏ କଥାକୁ ମନେ ରଖିବା I
---------------------------------
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011