logo

ଛ ଖଣ୍ଡ କାଠ - ପୁଷ୍ପାଞ୍ଜଳି ଆଚାର୍ଯ୍ୟଙ୍କ ଦ୍ବାରା ରଚିତ କବିତା।

ଛ ଖଣ୍ଡ କାଠ
-------------

କିଏ ଜାଣେ କେତେବେଳେ
କାହା ବେଳ ସରିବ
ଛଅ ଖଣ୍ଡ କାଠ ସେଜେ
ମଶାଣିରେ ଶୋଇବ?
ଶୂନ୍ୟ ହାତେ ଆସିଥିବ
ଶୂନ୍ୟ ହାତେ ଫେରିବ
ନିର୍ଜୀବ ଶରୀର ତୁମ
ଶ୍ମଶାନରେ ଜଳିବ।
ବନ୍ଧୁ ପରିବାର ଲୋକେ
ମଥା ପିଟି କାନ୍ଦିଵେ
ଵାରଦିନ ହୋଇଗଲେ
ମାଛଭାତ ଖାଇବେ।
ଯାହାସବୁ ରଖିଥିବ
ଭାଗଵାଣ୍ଟ କରିବେ
କିଛିଦିନ ଗତ ହେଲେ
ତୁମ କଥା ଭୁଲିବେ।
ବେଳ ଥାଉଁ ଥାଉଁ ଭଜ
ସେ ରାଧାମାଧଵ
ସଂସାର ସାଗରୁ ଉଦ୍ଧାରିଵେ
ପଦ୍ମନାଭ 🙏

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର,
କେନ୍ଦୁଝର, ମୋବାଇଲ: 87631 58585

12
2699 views