logo

ମାଛ ଖାଇବ ଇଲିଶି- ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ମାଛ ଖାଇବ ଇଲିଶି
-------------------

ନୀଳମଣି ଚାନ୍ଦ

ମାଛ ଖାଇବ ଇଲିଶି
ଚାକିରୀ କରିବ ପୁଲିସି
ଇଲିଶି ଆଖି କାଚ ଗୋଲିଟି
ଦେହଟା ଚିକ୍ ପାଲିସି।

ଭାରି ଚଢା ତା ଦରଟି
ଶୁଣିଛୁ ସଵୁ ଥରଟି
ତା ମୂଲ ଶୁଣି ଗରିବଟିର
ଆସିଯାଏରେ ଜରଟି।


ସୁବର୍ଣ୍ଣରେଖା ନଈରେ
ଧରେ କେଉଟ ଭାଇରେ
ପାରାଦୀପ ମୁହାଣ ଗଲେ
ଇଲିଶି ଯିବ ପାଇରେ।

ଦେହରେ କଣ୍ଟା ଭରିଛି
ନାଁ ଶୁଣି ଲାଳ ଝରିଛି
ଝୋଳ ହାମ୍ପୁଡି ନିଅ ତା ମଜା
ତିଅଣ ରନ୍ଧା ସରିଛି।

ମାଛର ସିଏ ରଜାରେ
ମହକେ ହେଲେ ଭଜାରେ
କିଲୋର ମୂଲ୍ୟ ଦି ହଜାର
ବିକିରି ହୁଏ ଵଜାରେ।

ଇଲିଶି ଭାରି ବଢିଆ
ମୁହଁ ଶୁଖାଏ ମଢିଆ
ତା ସୁଆଦ ନିଆରା ପରା
ଖାଆନ୍ତି ବଡ଼ବଡ଼ିଆ।

ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

17
862 views