logo

ରାସନ ସାମଗ୍ରୀ ପରିବହନ କାରୀଙ୍କ ତଥ୍ୟ ମାଗିଲେ ବିଧାୟକ।

ରାସନ ସାମଗ୍ରୀ ପରିବହନ କାରୀଙ୍କ ତଥ୍ୟ ମାଗିଲେ ବିଧାୟକ।
-------------------------------------------------

ପାଟଣା:୪/୧୨- ଗତକାଲି ବିଧାନସଭା ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ କୁ ୨୦୧୫ ରୁ ରେସନ ସାମଗ୍ରୀ ଯୋଗାଇ ଦେଇଥିବା ପରିବହନ କାରୀଙ୍କ ତଥ୍ୟ ମାଗିଥିଲେ। ଏଥିରେ ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆସିଛି କି ଓ ଯଦି ଅନିୟମିତତା ହୋଇଥାଏ ସେମାନଙ୍କ ଵିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଛି କି ଓ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସହ ଏଲ -୨ ଠିକାଦାରଙ୍କ ତାଲିକା ଓ ସେମାନେ କେବେ ଠାରୁ କାର୍ଯ୍ୟ କରୁଛନ୍ତି ଏବଂ ଚୁକ୍ତିନାମା କେତେଯାଏ ଅଛି ଏନେଇ ଅଣତାରକା ପ୍ରଶ୍ନରେ ବିଧାନସଭା ରେ ତଥ୍ୟ ମାଗିଥିଲେ। ଏହି ପ୍ରଶ୍ନ ର ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଉତ୍ତରରେ କହିଥିଲେ ଯେ କୌଣସି ଏଲ-୨ଠିକାଦାର ଙ୍କ ବିରୋଧରେ କୌଣସି ତଥ୍ୟ ଭିତ୍ତିକ ଅଭିଯୋଗ ଆସିନଥିବା ବେଳେ ଜିଲ୍ଲାର ମୋଟ ୧୭ ଜଣ ଠିକାଦାର ଙ୍କ ମଧ୍ୟରୁ ୧୪ ଜଣ ଠିକାଦାର ଙ୍କ ୨୦୨୭ ମାର୍ଚ୍ଚ ୩୧ ଯାଏ ଚୁକ୍ତିନାମା ଅଛି। ଅନ୍ୟ ୩ ଜଣ ଠିକାଦାର ଙ୍କ ଚୁକ୍ତି ୨୦୨୫ ଏପ୍ରିଲ ପ୍ରାରମ୍ଭରୁ ଡିସେମ୍ବର ୨୦୨୫ ଯାଏ ବୃଦ୍ଧି ହୋଇଥିବା ଦର୍ଶାଇଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ/ମୋବାଇଲ: ୯୪୩୯୨୧୧୧୭୮

12
816 views