logo

ପୂର୍ବଛାତ୍ର ପରିଷଦ ବୈଠକ ଅନୁଷ୍ଠିତ: ସହଯୋଗ କୁପନ ଉନ୍ମୋଚିତ।

ପୂର୍ବଛାତ୍ର ପରିଷଦ ବୈଠକ ଅନୁଷ୍ଠିତ: ସହଯୋଗ କୁପନ ଉନ୍ମୋଚିତ।
------------------------------------------------------

ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପରିସରରେ ପୁର୍ବ ଛାତ୍ର ପରିଷଦର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିର ପ୍ରଧାନଆଚାର୍ଯ୍ୟ ତଥା ପୂର୍ବ ଛାତ୍ର ପରିଷଦ ପୁର୍ବ ପ୍ରାନ୍ତ ସହ ସଂଯୋଜକ ଅଲେଖ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁର୍ବ ଛାତ୍ର ପରିଷଦ ରାଜ୍ୟ ସଂଯୋଜକ ବଜରଙ୍ଗ ପ୍ରସାଦ ସ୍ୱାଇଁ ଯୋଗ ଦେଇ ଜିଲ୍ଲାରେ ପୁର୍ବ ଛାତ୍ର ପରିଷଦ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାରେ ପୁର୍ବ ଛାତ୍ର ପରିଷଦ ଦ୍ଵାରା ସେବା କାର୍ଯ୍ୟ, ସଦସ୍ୟତା ଅଭିଯାନ,କର୍ମଶାଳା ଅନୁଷ୍ଠିତ ହେବ ସେନେଇ ବିଶଦ ଆଲୋଚନା ହୋଇଥିଲା। ଆଗାମୀ ଜାନୁୟାରୀ ମାସ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ଅଖିଳ ଭାରତୀୟ ପୁର୍ବ ଛାତ୍ର ପରିଷଦ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ବୈଠକରେ ସହଯୋଗ କୁପନ୍ ଉନ୍ମୋଚିତ ହୋଇଛି। ଜିଲ୍ଲା ପୂର୍ଵ ଛାତ୍ର ପରିଷଦ ଜିଲ୍ଲା ସଂଯୋଜକ ଅବିନାଶ ଦାସ ବୈଠକ ସଂଯୋଜନା କରିଥିବା ବେଳେ ଶିକ୍ଷା ବିକାଶ ସମିତି ମୟୂରଭଞ୍ଜ ସମ୍ଭାଗ ସଂଯୋଜକ କ୍ଷେତ୍ର ମୋହନ ଦାସ,ରାଜ୍ୟ ପୁର୍ବଛାତ୍ର ପରିଷଦ ରାଜ୍ୟ ଟୋଲି ସଦସ୍ୟ ତଥା ସମ୍ଭାଗ ସହ ସଂଯୋଜକ ସନ୍ତୋଷ ମହାପାତ୍ର, ପୁର୍ବଛାତ୍ର ସମ୍ଭାଗ ସଂଯୋଜକ ଦୟାନିଧି ମହାନ୍ତ,ପୁର୍ବଛାତ୍ର ପରିଷଦ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ପ୍ରିୟବ୍ରତ ଜେନା, କେନ୍ଦୁଝର ଗଡ ଶିଶୁ ବିଦ୍ୟାମନ୍ଦିର ପୂର୍ଵ ଛାତ୍ର ପରିଷଦ ସଂଯୋଜକ ବିଜୟ ମିଶ୍ରଙ୍କ ସହ ବହୁ ପୂର୍ଵ ଛାତ୍ର ପରିଷଦ ସଦସ୍ୟ ବୈଠକରେ ଯୋଗଦେଇଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

12
622 views