logo

ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ପଞ୍ଚମ ବାର୍ଷିକ ବିଶ୍ଵ ଶାନ୍ତି ଗୀତା ଯଜ୍ଞ ପାଳନ।

ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ପଞ୍ଚମ ବାର୍ଷିକ ବିଶ୍ଵ ଶାନ୍ତି ଗୀତା ଯଜ୍ଞ ପାଳନ।
***********************"******
ଅଦ୍ୟ ତା 3/12/2025 ରିଖ ବୁଧବାର ପବିତ୍ର ଗୀତା ଜୟନ୍ତି ଅବସରରେ ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ମାଧବ ପୁର କାଳୀ ମନ୍ଦିର ପରିସର ମଧ୍ୟରେ ବିଶ୍ଵ ଶାନ୍ତି ଗୀତା ଯଜ୍ଞ ଅନୁଷ୍ଠିତ ହେଇ ଯାଇଛି। ସକାଳେ କଳସ ଶୋଭା ଯାତ୍ରା ଆରମ୍ଭ ହୋଇମଣ୍ଡଳ ପୂଜା ସମ୍ପନ୍ନ ହୋଇଛି ଏବଂ ଭାଗବତ ଗୀତା ର ସମସ୍ତ ଶ୍ଲୋକ ପାଠ କରାଯାଇ ଆଜ୍ୟ, ସକଲ୍ୟ, ସମିଧ ଦ୍ଵାରା ହବନ କରାଯାଇଥିଲା। ସନ୍ଧ୍ୟା ସମୟରେ ଭଜନ ପରିବେଷଣ କରାଯାଇଥିଲା। ପ୍ରାୟ 500ରୁ ଉର୍ଦ୍ଧ୍ବ ଭକ୍ତ ମାନେ ଅଂଶ ଗ୍ରହଣ କରି ପ୍ରସାଦ ସେବନ କରୁଥିଲେ। ସମାଜ କଲ୍ୟାଣ ପାଇଁ ପତ୍ରିକା, ଲିଫ୍ ଲେଟ ଓ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା। ପଣ୍ତିତ ଅର୍ଜୁନ ପଣ୍ଡା, ପଣ୍ତିତ ମଧୁସୁଦନ ମିଶ୍ର, ପଣ୍ତିତ ଜଟେଶ୍ୱର ମିଶ୍ର, ସୂବା ହୁ କୁମାର ଦାଶ, ଶଷଧର ମିଶ୍ର, ଅଜୟ କୁମାର ପାଣିଗ୍ରାହୀ ଦେବାଶିଷ ପତି, ପଣ୍ତିତ ବିଭୂତି ଭୂଷଣ ମିଶ୍ର ଯଜ୍ଞ ମଣ୍ଡପ କାର୍ଯ୍ୟ ସମ୍ପନ୍ନ କରିଥଲେ। ଦେବାଶିଷ ପଣ୍ଡା ଓ ଦୀପିକା ପଣ୍ଡା କର୍ତ୍ତା ଓ କର୍ତ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ। ଅନୁଷ୍ଠାନ ର ସଭାପତି ବ୍ରଜ କିଶୋର ମହାପାତ୍ର ଓ ସଂପାଦକ ଶ୍ରୀକାନ୍ତ କୁମାର ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ସୁଶାନ୍ତ ପଣ୍ଡା, ମାନସ ହୋତା, ନିରଞ୍ଜନ ଷଡ଼ଙ୍ଗୀ, କୁଞ୍ଜ ବିହାରି ମହାପାତ୍ର ଓ ତପନ କୁମାର ଆଚାର୍ଯ୍ୟ ସହଯୋଗ କରୁଥିଲେ। ବିଶ୍ଵ କଲ୍ୟାଣ ନିମିତ୍ତ ପ୍ରାର୍ଥନା କରିଥଲେ। ବଡ ଦେଉଳର ବଡ଼ପଣ୍ଡା ଉପସ୍ଥିତ ରହି ପ୍ରେରଣା ପ୍ରଦାନ କରିଛନ୍ତି ଓ ସତ୍ୟ ନାରାୟଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

4
843 views