logo

ଡି.ଡି. ୟୁନିଭରସିଟିର ମୂଲ୍ୟାଙ୍କନ କୁ ନେଇ ଯୋଡ଼ା ମହିଳା କଲେଜ ରେ ତାଲା ପକାଇଲେ ଛାତ୍ରୀ।

ଡି.ଡି. ୟୁନିଭରସିଟିର ମୂଲ୍ୟାଙ୍କନ କୁ ନେଇ ଯୋଡ଼ା ମହିଳା କଲେଜ ରେ ତାଲା ପକାଇଲେ ଛାତ୍ରୀ।

**ଯୋଡ଼ା ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଖାତା ଦେଖାରେ ତ୍ରୁଟି ପାଇଁ ଡି.ଡି.ୟୁନିଭରସିଟି କୁ ଦାୟୀ କରି କଲେଜ ରେ ପକେଇଲେ ତାଲା।**

ଯୋଡ଼ା:କେନ୍ଦୁଝର ଜିଲ୍ଲା ଯୋଡ଼ା ମହିଳା ମହାବିଦ୍ୟାଳୟ ଶତାଧିକ ଛାତ୍ରୀ ଡି.ଡି.ୟୁନିଭରସିଟି ରେ ଭୁଲ ମୂଲ୍ୟାଙ୍କନ କରି ୭୦ଭାଗ ଛୁଆ ଙ୍କୁ ଫେଲ କରିଥିବା ଅଭିଯୋଗ ଆଣି ଏବଂ ନୂତନ ଶିକ୍ଷା ନୀତି କୁ ଦାୟୀ କରି ବୁଧବାର କଲେଜ ରେ ତାଲା ପକେଇ ବିରୋଧ ପ୍ରଦର୍ଶନ କରିଥିଲେ।ଯାହା ଫଳରେ ସମସ୍ତ ଛାତ୍ର ଛାତ୍ରୀ ସମେତ ଅଧ୍ୟାପକ ,ଅଧ୍ୟାପିକା ମାନେ କେହି କଲେଜ ପରିଶର କୁ ପ୍ରବେଶ କରିପାରିନଥିଲେ।ସୂଚନାଯୋଗ୍ୟ ଯେ ଯୁକ୍ତ-୩(+୩) ପ୍ରଥମ ବର୍ଷର ମୋଟ ୧୫୧ ଜଣ ପ୍ରଥମ ସେମିଷ୍ଟର ଗତ ବର୍ଷ ଦେଇଥିଲେ।ଯାହାର ଫୋଳା ଫଳ ପ୍ରକାଶ ପାଇବା ପରେ ମୋଟ ୧୨୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଙ୍କ ବେକ ଲାଗିଛି ଯାହା ସମସ୍ତ ପରୀକ୍ଷାର୍ଥୀ ସମେତ କଲେଜ ଆଭିଭାବକ ଙ୍କୁ ଆଶ୍ଚର୍ଯ୍ୟ କରିଛି।ତେବେ ଏ ସମ୍ପର୍କରେ +୩ ଛାତ୍ରୀ ମାନେ କଲେଜ ଅଧ୍ୟକ୍ଷ ଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିବା ସହ ପୁନଶ୍ଚ ଖାତା ଦେଖାଯାଉ ବୋଲି ଅନୁରୋଧ କରିଥିଲେ ।ତେବେ କଲେଜ ଅଧ୍ୟକ୍ଷ ବିଜୟ କୁମାର ନାଏକ କହିଥିଲେ ଯେ ଖାତା ସବୁ ୟୁନିଭରସିଟି ରେ ମୂଲ୍ୟାଙ୍କନ କରାଯାଇଛି ଯାହାର ସମାଧାନ କେବଳ ପରିକ୍ଷାତ୍ରି ମାନେ ରିଚେକିଂ ଫୋର୍ମ ମାଧ୍ୟମରେ ରେ ଆବେଦନ କଲେ ହିଁ ସଠିକ ଜଣାପଡିବ ବୋଲି ପରାମର୍ଶ ଦେଇଥିଲେ।କିନ୍ତୁ ଏହିସବୁ ପ୍ରକ୍ରିୟା ରେ ବିଷୟ ପ୍ରତି ୧୫୦/-ଟଙ୍କା ଏବଂ ସବୁ ବିଷୟ କୁ ଚେକିଂ କରିବାପାଇଁ ମୋଟ ୯୦୦/- ଟଙ୍କା ରହିଛି ଯାହା ପିଲା ମାନେ ଦେବାପାଇଁ ଅସମର୍ଥ ବୋଲି କହିଥିଲେ।ଏହି ସମସ୍ୟା ସମ୍ବନ୍ଧରେ ଛାତ୍ରୀମାନେ କିଛି ଦିନ ପୂର୍ବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଙ୍କୁ ଲିଖିତ ଭାବେ ଜଣେଇବା ଶହ ଏହାର ତୁରନ୍ତ ସମାଧାନ ପାଇଁ ନିବେଦନ କରିଥିଲେ।ତେବେ ପିଲାଙ୍କ ମୂଲ୍ୟାଙ୍କନ ପ୍ରକ୍ରିୟା ରେ କଲେଜ ଏବଂ ଧରଣୀ ଧର ୟୁନିଭରସିଟି ତରଫରୁ କୌଣସି ସମାଧାନ ନ ବାହାରିବାରୁ ବାଧ୍ୟ ହୋଇ ଛାତ୍ରୀ ମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଁଚି ପିଲା ଙ୍କୁ ବୁଝା ସୁଝା କରିବା ସହ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଫୋନ ମାଧ୍ୟମରେ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ପ୍ରତିଶ୍ରୁତି ଦେଲା ପରେ ଛାତ୍ରୀ ମାନେ ଗେଟ ଖୋଲିବା ସହ କଲେଜ ପରିଶର କୁ ପ୍ରବେଶ କରିଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ବିଜୟ କୁମାର ନାଏକ କହିଛନ୍ତି ଯେ ପିଲାଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ତୁରନ୍ତ ପିଲାଙ୍କ ଅଭିଭାବକ ସହ ଏକ ବୈଠକ କରାଯିବ ଏବଂ ଯେଉଁ ମେଧାବୀ ପିଲାଙ୍କ ରେଜଲ୍ଟ ଖରାପ ହୋଇଛି ସେମାନଙ୍କ ମଧ୍ୟରୁ ୬,୭ ଜଣ ପିଲା ଙ୍କୁ ଚୟନ କରାଯାଇ ତାଙ୍କ ପରୀକ୍ଷା ପେପର ର ରିଚେକିଂ ପାଇଁ ଆଦେବନ କରାଯିବା ସହ ଫୋର୍ମ ବାବଦକୁ ହେବାକୁ ଥିବା ଖର୍ଚ୍ଚ ସମ୍ପୂର୍ଣ୍ଣ କଲେଜ ବହନ କରିବ ବୋଲି କହିଛନ୍ତି।

କୃଷ୍ଣ ଚନ୍ଦ୍ର ପାତ୍ର (ଯୋଡା ଅଞ୍ଚଳ) ରୁ ରିପୋର୍ଟ, ମୋବାଇଲ: 91141 59237

19
763 views