logo

ମା ପାଦୁକାଇ ମନ୍ଦିରରେ ଉନବିଂଶ ତମ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା,୩.୧୧.୨୫ : ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଅଧିନସ୍ଥ ପଦ୍ମପୁର ଠାରେ ପ୍ରତିଷ୍ଠିତ ମା ପାଦୁକାଇ ମନ୍ଦିରରେ ୧୯ ତମ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ।ଉକ୍ତ ମହାଯଜ୍ଞ ଅବସରରେ ମନ୍ଦିର ପରିସରରେ ପୂଜା ପାଠ,ହୋମ ମହାଯଜ୍ଞ କାର୍ଯ୍ୟକ୍ରମ ବିଧି ମୁତାବକ ସମାପନ ହୋଇଛି।ଗ୍ରାମବାସୀ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ କରିଛନ୍ତି।ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁକୃପା ଲାଭ କରିବା ସହିତ ମାନସିକ ଧାରୀ ମହିଳା ଭକ୍ତମାନେ ପ୍ରାତଃ କାଳରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପୁସ୍କରୀଣିରୁ କଳସରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ।ମହାଯଜ୍ଞ ନିମନ୍ତେ ସମସ୍ତ ରିତିନିତୀ ଅନୁସାରେ କାର୍ଯ୍ୟ ସମାପନ ହୋଇଛି।ମା ପାଦୁକାଇ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ଯଜ୍ଞ ମଣ୍ଡପରେ ବ୍ରାହ୍ମଣ ମନ୍ତ୍ରପାଠ କରି ପୂଜାର୍ଚ୍ଚନା କରିବା ପରେ ସଂନ୍ଧ୍ୟା ରେ ମହାଯଜ୍ଞର ପୂର୍ଣ୍ଣାହୁତି ସମାପନ ହୋଇଛି।ସମାପନ ଶୋଭାଯାତ୍ରାରେ ମାନସିକ ଧାରି ଶ୍ରଦ୍ଧାଳୁ ମାନେ ଵିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିକଟସ୍ଥ ପୁସ୍କରିଣୀରେ କଳସ ବିଷର୍ଜନ କରିଛନ୍ତି।

4
863 views