ପାଟଣା ବଜାରରୁ ମଙ୍ଗଳପୁର ରାସ୍ତା ହୋଇଛି ମରଣଯନ୍ତା ଗଛ ଡାକୁଛି ମରଣ ମୁହଁ!
ପାଟଣା ବଜାରରୁ ମଙ୍ଗଳପୁର ରାସ୍ତା ହୋଇଛି ମରଣଯନ୍ତା ଗଛ ଡାକୁଛି ମରଣ ମୁହଁ!
--------------------------------------------------
ପାଟଣା:୨/୧୨,ପାଟଣା ମଙ୍ଗଳପୁର ରାସ୍ତା ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥ ରାସ୍ତା ଏବେ ଗମନାଗମନ ପାଇଁ ଯାତ୍ରୀ ମାନେ ସୁରକ୍ଷିତ ନାହାନ୍ତି ଏହି ରାସ୍ତାର ଦୁଇ କଡରେ ଥିବା ଲଟାବୁଦା ଗୁଡିକ ରାସ୍ତା ଉପରକୁ ମାଡି ଆସିଥିବାରୁ ବୁଲାଣି ବାଙ୍କ ରାସ୍ତା ଭଲ ଭାବେ ଦେଖାଯାଉ ନାହିଁ।ଏହି ଲଟାବୁଦା ପାଇଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।ପାଟଣା ବଜାର ରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସ୍ୱାମ ସିମୁଳିଆ ନାଳ ନିକଟସ୍ଥ ରାସ୍ତାରେ ଲଟା ବୁଦା ମାଡି ଆସି ଥିବାରୁ ସାଧାରଣ ପଥଚାରୀ ମଧ୍ୟ ଯିବା ଆସିବା କରିବାରେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଏହିପରି ଜାତୀୟ ରାଜପଥ ର ଅନେକ ସ୍ଥାନରେ ଲଟା ବୁଦା ଯୋଗୁ ପଥ ଚାରୀଙ୍କ ଅସୁବିଧା ହେଉଥିବା ପାଟଣା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି ତୁରନ୍ତ ଏଥିପ୍ରତି ଜାତୀୟ ରାଜପଥ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮