logo

ଶୀତ ମାଉସୀ- ବିକାଶ କୁମାର ହୋତାଙ୍କ ରଚିତ କବିତା।

*ଶୀତ ମାଉସୀ*
----------------
ଶୀତ ମାଉସୀ ଧରାକୁ ଆସି
ଦେଖେଇଲାଣି ଭାଉ
ପଙ୍ଖା,କୁଲର,ଏସି ପବନ
ଲୋଡ଼ା ହୋଉନି ଆଉ ||
ଶୀତ ଦିନର କଅଁଳ ଖରା
ଲାଗୁଛି ଭାରି ମଜା
ଟୋପି,ସ୍ବେଟର, ଶୀତବାସକୁ
ହେଲାଣି ପରା ଖୋଜା ||
ଦିନ ହୁଅଇ ଛୋଟ ଓ ଆଉ
ରାତି ହୁଅଇ ବଡ଼
ଏହି ସମୟେ ସକାଳ ସଞ୍ଜେ
ଲାଗଇ ଭାରି ଜାଡ଼ ||
ସକାଳ ହେଲେ ଚାରିଆଡ଼େ ତ
କୁହୁଡ଼ି ଯାଏ ଭରି
ଘାସ,ପତର ଉପରେ ଯେତେ
କାକର ପଡ଼େ ଝରି ||
ପୁଷ,ମାଘରେ ଶୀତ ଆସଇ
ଥଣ୍ଡା ପବନ ବହେ
ଚାଷୀ ତା ସୁନା ଫସଲ ଦେଖି
ଖୁସିରେ ଗୀତ ଗାଏ ||
ଛୋଟଠୁ ବୁଢ଼ା ହୁଏ ସଭିଙ୍କୁ
ଥଣ୍ଡା ଓ ଜ୍ୱର କାଶ
ଗରିବ ଲୋକେ ଶୀତ ପାଇଁକି
ଘୋଡ଼ି ହୁଅନ୍ତି ହେଁସ ||
ଶାମ୍ବ ଦଶମୀ ଶ୍ରୀପଞ୍ଚମୀ
ପାଳିତ ଏହି ଦିନେ
ପିଠା,ପଣା,ସରସ୍ଵତୀ ପୂଜା
ଖୁସି ଆଣଇ ମନେ ||
ସୁଖ ଦୁଃଖ ର ସମାହାରରେ
ଶୀତ ଦିନଟି ଭଲ
ମିଳି ମିଶିକି କାମ କରିବା
ଚାଲରେ ସବୁ ଚାଲ ||

*ବିକାଶ କୁମାର ହୋତା, ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧*

7
571 views