logo

ଓଡିଶା ଗ୍ରାମୀଣ ବ୍ୟାଙ୍କ ଆନୁକୂଲ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ।

ଓଡିଶା ଗ୍ରାମୀଣ ବ୍ୟାଙ୍କ ଆନୁକୂଲ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ।

କେନ୍ଦୁଝର, ୦୨|୧୨ ଓଡିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ପ୍ରିମିଅର କ୍ରିକେଟ ଲିଗର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତାରେ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ନିୟନ୍ତ୍ରଣlଧୀନ ସମସ୍ତ ଶାଖା, ସମ୍ପୃକ୍ତ କାର୍ଯ୍ୟାଳୟ ଓ ନିରୀକ୍ଷଣ କକ୍ଷର ସମସ୍ତ ଅଧିକାରୀ ସମସ୍ତ ଅଧିକାରୀ ତଥା କର୍ମଚାରୀ ଗଣ ଅଂଶ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କମିଟିରେ ଥିବା କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର କାର୍ଯ୍ୟ ସମ୍ପାଦନ ବିଭାଗ ମୁଖ୍ୟ ସୁଧାଂଶୁ ଶେଖର ସେଠି, ଧରଣୀଧର କଲେଜ ଶାଖାର ଶାଖା ପରିଚାଳକ ଶୁଭେନ୍ଦୁ ବାରିକ ଓ ନିରୀକ୍ଷଣ କକ୍ଷର ନିରୀକ୍ଷକ ସତ୍ୟଜିତ ବେହେରା ପ୍ରମୁଖ ମୁଖ୍ୟ ଦାୟିତ୍ୱ ବହନ କରିଥିଲେ l
ଏହି ପ୍ରତିଯୋଗିତାରେ ଚାରୋଟି ଦଳ ଯଥା ଈଗଲ ଏକାଦଶ, ମାଭେରିକ ଏକାଦଶ, ଟାଇଟନ ଏକାଦଶ ଓ ୱାଇଲଡ ଲାଇଫ ଏକାଦଶ ଅଂଶଗ୍ରହଣ କରିଥିଲେ l ପ୍ରତିଯୋଗିତାଟି କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପରିଚାଳକ ସତ୍ୟବ୍ରତ ନନ୍ଦ ଓ ନିରୀକ୍ଷଣ କକ୍ଷ ମୁଖ୍ୟ ନିରୀକ୍ଷାକl ସୌମ୍ୟା ମହାନ୍ତିଙ୍କ ଦ୍ୱାରା ପୂର୍ବାହ୍ନରେ ଉଦଘାଟିତ ହୋଇଥିଲା l ତତ୍ପରେ ଜାତୀୟ ସଂଗୀତ ଗାନ କରା ଯାଇଥିଲା l ସର୍ବପ୍ରଥମେ ଅମ୍ପାୟାରଙ୍କ ଦ୍ୱାରା ଚାରି ଦଳର ଅଧିନାୟକଙ୍କ ମହଜୁଦରେ ଟସ କରାଯାଇଥିଲା
ଅନ୍ତିମ ପର୍ଯ୍ୟାୟରେ ମାଭେରିକ୍ସ ଏକାଦଶ ଓ ଟାଇଟନ ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା l ଟାଇଟନ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ ବିନିମୟରେ ୬୯ ରନ ସଂଗ୍ରହ କରିଥିଲେ l ମାଭେରିକ୍ସ ଏକାଦଶ ୭୦ ରନର ବିଜୟର ଲକ୍ଷକୁ ଅତିକ୍ରମ କରି ପାରିନଥିଲେ ଏବଂ ଟାଇଟନ ଏକାଦଶ ୧୨ ରନରେ ବିଜୟୀ ହୋଇଥିଲେ l ଖେଳ ଶେଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ସତ୍ୟବ୍ରତ ନନ୍ଦ ବିଜୟୀ ଟାଇଟନ ଏକାଦଶକୁ ଟ୍ରଫି ଏବଂ ମ୍ୟାନ ଅଫ ଦି ଫାଇନାଲ ଏବଂ ମ୍ୟାନ ଅଫ ସିରିଜ ଭାବେ ବିବେଚିତ ରୋଶନଙ୍କୁ ପୁରସ୍କୃତ କରିଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342

14
634 views