ଅଧକ୍ଷlଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଖୋର୍ଦ୍ଧା,୧.୧୨.୨୫(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜ଼ିଲ୍ଲା ର ଅଗ୍ରଣୀ ମହାବିଦ୍ୟାଳୟ କ୍ଷେତ୍ରବାସୀ ଡ଼ି ଏ ଭି ମହାବିଦ୍ୟାଳୟ ର ଅଧକ୍ଷା ବ୍ରତତୀ ମିଶ୍ରଙ୍କୁ ଜ଼ିଲ୍ଲାର ଅନ୍ୟତମ ପ୍ରାଚୀନ କ୍ରୀଡା ଅନୁଷ୍ଠାନ ସଖାସଙ୍ଘ କ୍ରୀଡା ସଂସଦ ପକ୍ଷରୁ ଉତ୍ତୋରିୟ ଫୁଲତୋଡ଼ା ସହ ମାନପତ୍ର ଦେଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଅଧକ୍ଷlଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ଭିତରେ ମହାବିଦ୍ୟାଳୟ ର ବହୁବିଧ ଉର୍ନ୍ନତିମୂଳକ କାର୍ଯ୍ୟକୁ ପ୍ରସଂଶା କରାଯାଇଥିଲା l ଏପରିକି ମହାବିଦ୍ୟାଳୟ ର ସାଢେ ଛଅ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ମିଳିନଥିବା ସ୍ଥାୟୀ ଜମି ପଟ୍ଟା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମିଳିଥିବାରୁ ତାଙ୍କୁ ମହାବିଦ୍ୟାଳୟ ପାଇଁ ଲକି ଅଧକ୍ଷା ଭାବେ ପରିଗଣିତ କରାଯାଇ ତାଙ୍କ ସୁଦୀର୍ଘ ଭବିଷ୍ୟତ ନିରାମୟ ଜୀବନ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସଖାସଙ୍ଘ କ୍ରୀଡ଼ାସଂସଦ ସଭାପତି ବିପିନ ଜୟସିଂହ, କାର୍ଯ୍ୟକାରୀ ସମ୍ପାଦକ ଦୀପକ ପ୍ରଧାନ, ଉପସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ବଳିୟାରସିଂହ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, କପିଳେଶ୍ୱର ସିଂହ ଓ ବାଲୁଙ୍କେଶ୍ୱର ବେହେରା ପ୍ରମୁଖ ଯୋଗଦେଇଥିଲେ l