
ବିଶ୍ୱ ଏଡ଼ସ ଦିବସ
ଆଜି ତା ୧/୧୨/୨୦୨୫ ରିଖ, ପୁରୁଷୋତ୍ତମପୁର ବ୍ଲକ ସ୍ଥିତ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟ ଭାଟକୁମରଡ଼ାର ଯୁବ ରେଡକ୍ରସ ଓ ଅରୁଣା ସଂଗଠନ ର(ଏଲଡ଼ବ୍ଲୁଏସ ପ୍ରୋଜେକ୍ଟ) ମିଳିତ ପ୍ରଚେଷ୍ଟାରେ ଏଡସ ଦିବସ ପାଳନ କରାଯାଇଥିଲା I ଚଳିତ ବର୍ଷ (୨୦୨୫) ବିଶ୍ୱ ଏଡସ୍ ଦିବସର ଥିମ୍ "Overcoming disruption, transforming the AIDS response"। ଏହାର ଲକ୍ଷ୍ୟ ହେଉଛି " ଏଡସ୍ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା ଏବଂ ଘୃଣା (stigma) ଓ ଭେଦଭାବକୁ ଦୂର କରିବା | ଏହି ଏଡସ ସଚେତନ ଲାଗି କଲେଜ ର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା, ଅରୁଣା ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ରାଲି କରାଯାଇଥିଲା I ଉକ୍ତ ସଚେତନ କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ଗୌରୀ କୁମାରୀ ପାଣିଙ୍କ ଅଧ୍ୟକ୍ଷତା ରେ ଏକ ପୁରସ୍କାର ବିତରଣ ସଭା ଆୟୋଜନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ " ଅରୁଣା " ସଂଗଠନ ର ଜୋନାଲ ସୁପରଭାଇଜର ଶ୍ରୀ ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଏଡ଼ସ ର ଭୟାବହତା, ତଥା ସଂକ୍ରମଣକୁ କିପରି ରୋକିବା, ଓ ନିରାକରଣ ଦିଗରେ କିପରି ସଚେତନତା ସୃଷ୍ଟି କରିବା ତା ଉପରେ ଅନେକ ତଥ୍ୟ ଉପସ୍ଥାପନା କଲେ |ତାହା ସହ ସ୍ଥାନୀୟ କଲେଜର ଅର୍ଥଶାସ୍ତ୍ର ଅଧ୍ୟାପକ ଶ୍ରୀ ମନ୍ୟୁ ନାହାକ ଏଡସ ସଚେତନ ଉପରେ ଅନେକ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ I ଏହି ସଭା କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସୁଚାରୁ ରୂପେ ତୁଲାଇବାରେ କଲେଜ ର ଯୁବ ରେଡ଼କ୍ରସ କାଉନସିଲର ତଥା ରେଡ ରିବନକ୍ଲବ ର ପ୍ରୋଗ୍ରାମ ଅଫିସର ଶ୍ରୀ ଭଗବାନ ପାଣିଗ୍ରାହୀ ଓ ଅତିରିକ୍ତ ପ୍ରୋଗ୍ରାମ ଅଫିସର କୁମୁଦ ରଞ୍ଜନ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ |ଏଥିରେ ପୁରୁଷୋତ୍ତମପୁର ବ୍ଲକର ଅରୁଣା ର କର୍ମକର୍ତ୍ତା ଶ୍ର ରବୀନ୍ଦ୍ର ନାଥ ସେଠି,ସନ୍ତୋଷ କୁମାର ଗୌଡ଼,ଅଲେଖ ରାଉଳ,ସାଗରୀକା ବେହେରା, ହର୍ଷମୟୀ ବେହେରା,ନର୍ମଦା ସେଠି,ପ୍ରିୟଙ୍କା ନାୟକ ପ୍ରଭୁତି ପରିଚାଳନା ଦାୟିତ୍ୱ ରେ ଥିଲେ |ଏଥିରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଵା ସହ ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ପ୍ରମୋଦିନୀ ରାଉତ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସାଙ୍ଗ କରିଥିଲେ |