logo

ସ୍ପିରିଜା ର ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ।

ସ୍ପିରିଜା ର ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ।

କେନ୍ଦୁଝର, କେନ୍ଦୁଝର ର ଅଗ୍ରଣୀ ଡ୍ୟାନ୍ସ ଏକାଡେମୀ ସ୍ପିରିଜା ର ବାର୍ଷିକ ଉତ୍ସବ ୨୦୨୫ ସ୍ଥାନୀୟ କାଳୀ ପଡିଆ ଠାରେ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ପିରିଜା ର ଏହି ୧୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡ଼ି ଧନରାଜ, ନଗରପାଳ ଶ୍ରୀମତୀ ନିକୁ ସାହୁ, ସମାଜସେବୀ ତଥା ଆଇ ଡ଼ି ଏଲ ର ନିର୍ଦ୍ଧେଶିକା ସେବତୀ ସିଂ,ମାନସିକ ବିଶେଷଜ୍ଞ ଡା. ଏସ.କେ ମାଝୀ ଏବଂ ହୋଟେଲ 'ଦୋ ସାନ୍ସ' ର ନିର୍ଦେଶକ ୱାସୀମ ନାୟର ଉପସ୍ଥିତ ଥିଲେ। ସ୍ପିରିଜା ର ନିର୍ଦେଶୀକା ପ୍ରଗତିକା ମହାନ୍ତି ଏବଂ ସହନିର୍ଦେଶକ ଆର୍ଯ୍ୟନ ରାୟ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସ୍ପିରିଜା ଡ୍ୟାନ୍ସ ଏକାଡେମୀ ଦୀର୍ଘ ୧୧ ବର୍ଷ ବହୁ ବାଧାବିଘ୍ନ କୁ ଅତିକ୍ରମ କରି ନିଜର ଲକ୍ଷ୍ୟ ପଥରେ ପହଞ୍ଚି ପାରିଛି। ଏହି ଅନୁଷ୍ଠାନ ରୁ ଅନେକ କଳାକାର ଯାଇ ରାଜ୍ୟ ତଥା ଅନ୍ତର୍ଜାତିକ ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ସ୍ପିରିଜା ର ଟେକ ରଖିଛନ୍ତି ବୋଲି ସ୍ପିରିଜା ର ନିର୍ଦେଶୀକା ପ୍ରଗତିକା ମହାନ୍ତି ପ୍ରକାଶ କରିଛନ୍ତି। ପ୍ରବଳ ଥଣ୍ଡା ସତ୍ୱେ ଦଶବତାର, ଜୟ ମା ତାରିଣୀ ଡ୍ରାମା, ମହୁଲ ଝରେ ସମ୍ବଲପୁରୀ, ଜୟ ଶିବ ଶଙ୍କରା ତଥା ଅନ୍ୟନ୍ୟ କାର୍ଯ୍ୟକ୍ରମ କୁ ଉପସ୍ଥିତ ଜନତା ମନ ଭରି ଉପଭୋଗ କରିଥିଲେ। ଆର୍ ଯେ ମଳୟ ଙ୍କ ର ସୁନ୍ଦର ମଞ୍ଚ ଉପସ୍ଥାପନା ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସ୍ପିରିଜା ସାମ୍ବାଦିକ ଦିଲ୍ଲୀପ କୁମାର ସାହୁ, ବ୍ରଜ କିଶୋର ରାୟ, ବିଜୟ କୁମାର ମିଶ୍ର, ସତ୍ୟଜିତ ମିଶ୍ର ଏବଂ ଦେବବ୍ରତ ପାଢ଼ୀ ଙ୍କୁ ସମ୍ମାନିତ କରିଥିଲାବେଳେ ସୋସିଆଲ ମିଡ଼ିଆ ପାଇଁ ଅଂଶୁମାନ ତ୍ରିପାଠୀ ଏବଂ ବନ୍ଧନ କର ଙ୍କୁ ମଧ୍ୟ ସମ୍ମାନିତ କରିଥିଲା। ଭାରତ ସରକାର ଙ୍କ ର ସଂସ୍କୃତି ବିଭାଗ ଏହି କାର୍ଯ୍ୟକ୍ରମ କୁ ସହ ଭାଗିତା କରିଥିଲା। ସ୍ପିରିଜା ର ପ୍ରଚ୍ଛଦ ପଟର ନାୟକ ଉପଦେଷ୍ଟା ମଣ୍ଡଳୀ ଚିତ୍ତ ରଞ୍ଜନ ବେହେରା, ଶୁଭେନ୍ଦୁ ଚକ୍ର, ଅମରେନ୍ଦ୍ର ସାହୁ ଏବଂ ବଳଭଦ୍ର ପାଢ଼ୀ ଅନେକ ପରିଶ୍ରମ କରି ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ। ଅତି ସୁନ୍ଦର କାର୍ଯ୍ୟକ୍ରମ ପାଇଁ କେନ୍ଦୁଝର ର କଳା ଏବଂ ସଂସ୍କୃତି ପ୍ରେମୀ ସ୍ପିରିଜା ଡ୍ୟାନ୍ସ ଏକାଡେମୀ କୁ ଭୁୟସୀ ପ୍ରଶଂସା କରିଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342

16
818 views