logo

ପାଟଣା ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉଦଯାପିତ।

ପାଟଣା ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉଦଯାପିତ।

ପାଟଣା: ୧/୧୨, ପାଟଣା ମୁଖ୍ୟାଳୟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବୈତରଣୀ ବିହାର ର ୨୯ ତମ ବାର୍ଷିକ କ୍ରୀଡା ଖୁବ୍ ଆଡମ୍ବର ସହକାରେ ଉଦ୍‌ଯାପନ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କ୍ରୀଡାରେ ବାଲବର୍ଗ, ଶିଶୁବର୍ଗ ଏବଂ କିଶୋର ବର୍ଗର ଭାଇ ଏବଂ ଭଉଣୀ ମୋଟ ୩୩୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବାର୍ଷିକ କ୍ରୀଡ଼ାର ଉଦଯାପନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ପାଟଣା କଲେଜ ର କ୍ରୀଡା ଶିକ୍ଷକ ତଥା ଏନ ସି ସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ,ମୁଖ୍ୟ ବକ୍ତାଭାବେ ପାଟଣା ବନପାଳ ବନବିହାରୀ ସର୍ଦ୍ଦାର ଓ ସଂମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ବ୍ରଜେନ୍ଦ୍ରକୁମାର ପତି, ସମ୍ପାଦକ ଦୟାନିଧି ମହାନ୍ତ, ପରିଚାଳନା କମିଟିର ସଦସ୍ୟା ମାମିନା ବେହେରା  ପ୍ରଧାନ ଆଚାର୍ଯ୍ୟ ଗଣେଶ୍ଵର କର ପ୍ରମୁଖ ଉପସ୍ଥିତ ଥିଲେ।କ୍ରୀଡା ଶିକ୍ଷକ ଗଜେନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।ଖେଳରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଉତ୍ସାହିତ କରିବା ସହିତ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି ବାର୍ଷିକ କ୍ରୀଡ଼ା କୁ ବରିଷ୍ଠ ଆଚାର୍ଯ୍ୟା ଶୋଭାଶ୍ରୀ ଷଡଙ୍ଗୀ, ଯୁଧିଷ୍ଠିର ମହାନ୍ତ ହିରାଲାଲ ମହାନ୍ତ, ସବିତା ମହାନ୍ତ (କ), ସବିତା ମହାନ୍ତ (ଖ), ତ୍ରିବେଣୀ ମହାନ୍ତ ,ଦୀପ୍ତିମୟୀ ବାରିକ, ଶୋଭାଶ୍ରୀ ଷଡ଼ଙ୍ଗୀ, ଅର୍ଚ୍ଚନା ସାମନ୍ତରାୟ, ନମିତା ମହାନ୍ତ, ସଂଜୟ କୁମାର ଗିରି, ବେଣୁଧର ମହାନ୍ତ, ଗଜେନ୍ଦ୍ର ମହାନ୍ତ, ପ୍ରମୋଦ ମହାନ୍ତ, ଅରବିନ୍ଦ ନାୟକ, ହଳଧର ମହାନ୍ତ, ଦମୟନ୍ତୀ ମହାନ୍ତ, ଭାରତୀ ମହାନ୍ତ, ଶମ୍ବୁନାଥ ସେଠୀ,  ବନସ୍ମିତା ମହାନ୍ତ, କ୍ଷମାକର ସେଠୀ, କେଶବ କୁମାର ମହାନ୍ତ, ରୁଦ୍ରଦେବ ମହାନ୍ତ, ସନ୍ତୋଷ କୁମାର ବେହେରା, ନବକିଶୋର ମହାନ୍ତ, ରଜନୀ ମହାନ୍ତ, ଯଶୋଦା ମହାନ୍ତ, ସଂଘମିତ୍ରା ଦାସ ପ୍ରମୁଖ ଖେଳକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮

38
4163 views