logo

ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

ଘସିପୁରା ବ୍ଲକ ଅନ୍ତର୍ଗତ ପଦନପୁର ସ୍ଥିତ ଜୟ ମା ମଙ୍ଗଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ଵର ସାହୁ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରିଡିହା ଭଗବତୀ ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଦ୍ୟାଧର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ବିଦାୟ କାଳୀନ ଅବସର ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଭୋଗପୁର କମଳଲୋଚନ ବିଶ୍ଵାଳ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ପ୍ରଫୁଲ ଚକ୍ର, ସମ୍ମାନୀତ ଅତିଥି ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ, କେନ୍ଦୁଝର ଓଲଷ୍ଟା ସଭାପତି ଅଭୟ କୁମାର ଜେନା ଭଣ୍ଡାରିଡିହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ ସାହୁ, ଭଣ୍ଡାରିଡିହା ବାଳିକା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବାସ, ଜୟ ମା ମଙ୍ଗଳା ଉ.ପ୍ରା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗିତାଞ୍ଜଳୀ ସା ଯୋଗଦାନ କରିଥିଲେ। ବିଦାୟୀ ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ଵର ସାହୁ ଙ୍କ ବିଷୟରେ ଅତିଥି ମାନେ ଶିକ୍ଷକଙ୍କର ମହନୀୟ ଗୁଣାବଳୀ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ମାନପତ୍ର ଓ ଉପଢ଼ୌକନ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ଅରବିନ୍ଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବାସହ ପ୍ରଭାତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସବିତା ଜେନା, ବନପୁଷ୍ପା ଜେନା ସୁଚିସ୍ମିତା ରାଉତ, ପ୍ରଭାତ ଜେନା ଯଶୋମତି ସାହୁ ପରିଚାଳନା ରେ ସହଯୋଗ କରିଥିଲେ।

ଘଷିପୁରାରୁ ବିଜୟ ଜେନାଙ୍କ ରିପୋର୍ଟ,
ମୋବାଇଲ-୭୭୩୫୫୮୯୬୫୭

13
796 views