ପଣ୍ଡାପଡା ଥାନା ଅଧିକାରୀଙ୍କ ଟିମ୍ କୁ ହରିଚନ୍ଦନପୁର ଏବଂ ଘଟଗାଁ ସାମ୍ବାଦିକ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ।
ପଣ୍ଡାପଡା ଥାନା ଅଧିକାରୀଙ୍କ ଟିମ୍ କୁ ହରିଚନ୍ଦନପୁର ଏବଂ ଘଟଗାଁ ସାମ୍ବାଦିକ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅଧିକାରୀଙ୍କୁ ହରିଚନ୍ଦନପୁର ଏବଂ ଘଟଗାଁ ସାମ୍ବାଦିକ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ। ପ୍ରତିଦିନ ପଣ୍ଡାପଡା ଅଧୀନରେ ଚାରି ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ଛେଳି ଚାଷୀ ମାନେ ଭୟରେ ଅତିଷ୍ଠ ବହୁ ଦିନ ଚେଷ୍ଟା ପରେ ଚୋରକୁ ଧରିବାରେ ସଫଳ ହୋଇଥିଲେ। ଚାଷୀଙ୍କ ଲୋକଙ୍କ ନିଦ ହଜାଉ ଥିବା ଜଣେ ଚୋରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କ ଫେରାର ଥିବା ଜାଣିବା ପାଇଁ ସୂଚନା ମିଳିଅଛି, ଆଜି ଜଣେ ଚୋରକୁ ଗିରଫ କରିବାରେ ପଣ୍ଡାପଡା ଥାନା ପୋଲିସ ତରଫରୁ ସଫଳତା ହାସଲ କରିଥିଲେ। ଅନ୍ୟ ଦୁଇ ଜଣ ଚୋର ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି। ଥାନା ଅଧିକାରୀଙ୍କ କହିବା କଥା ଏହି ଛେଳି ଚୋରି ରାକେଟରେ ଯେତେ ଜଣ ଅଭିଯୁକ୍ତ ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଧରା ଯିବ। ପଣ୍ଡାପଡା ପୋଲିସ ର ପ୍ରତିଦିନ ନିଦ ହଜାଇଥିବା ଛେଳି ଚୋର ରାକେଟର ଗୋଟିଏ ନିଦା ଚୋରକୁ ପୋଲିସ ଧରିଥିବାରୁ ଆମ ଘଟଗାଁ ବ୍ଲକ ଏବଂ ହରିଚନ୍ଦନପୁର ସାମ୍ବାଦିକ ପ୍ରତିନିଧି ମାନେ ଛେଳି ଚୋର ଧରିଥିବା ଥାନା ଭାର ପ୍ରାପ୍ତ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏ.ସ ଆଇ. ଶିବରାମ ଭେଙ୍କଟେଶ୍ୱର ପ୍ରଧାନ, ଏ ସ.ଆଇ ପଦ୍ମାବତୀ ବିଶ୍ୱାଳ, ମମତା ପଟ୍ଟନାୟକ, ବୀରେନ୍ଦ୍ର ନାଥ ମାରାଣ୍ଡି ଆମ ହରିଚନ୍ଦନପୁର ଏବଂ ଘଟଗାଁ ରିପୋର୍ଟ ର ଶୂନ୍ୟରଞ୍ଜନ ଘଣା, ପୁରୁଷୋତ୍ତମ ମହାନ୍ତ, ବିଷ୍ଣୁନନ୍ଦ ବେହେରା, ହିରଣ୍ୟ କୁମାର ମହାନ୍ତ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ମହାନ କାମକୁ ପ୍ରଶଂସା କରିବା ସହିତ ପଣ୍ଡାପଡା ପୋଲିସ କୁ ଧନ୍ୟବାଦ ଜଣାଇଥିଲେ।ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ, ମୋବାଇଲ: 82603 31383