logo

"ସମ୍ବିଧାନ ଦିବସର ଉଦ୍ଵୋଧନୀ ସଙ୍ଗୀତ"- ଲେଖକ, କବି ତଥା ବରିଷ୍ଠ ନାଗରିକ ଭରତ ପାତ୍ର ଙ୍କ ଦ୍ଵାରା ରଚିତ କବିତା।

ସମ୍ବିଧାନ ଦିବସର ଉଦ୍ଵୋଧନୀ ସଙ୍ଗୀତ...!!
******
ଭରତ ପାତ୍ର
କେନ୍ଦୁଝର ଗଡ
********

ଉଠରେ, ଉଠରେ ଅନୁସୂଚିତ
ଜାତି-ଜନଜାତି, ପଛୁଆବର୍ଗ
ଶୋଇଥିବ ଆଉ କେତେଦିନ.??
ମନୁଵାଦୀ ଙ୍କ ଷଡ଼ଯନ୍ତ୍ର ଯୋଗୁଁ
ସଙ୍କଟରେ ସମ୍ବିଧାନ...!

ଶିକ୍ଷିତ ହୁଅ,ସଙ୍ଗଠିତ ହୁଅ,
କର, ସଂଘର୍ଷ,କର....
ଆଉ ରଖିଲାନି ଭୟ ଡର,
ଆମେ ବଳୀୟାନ,ଆମ ହାତରେ
ରହିଛି, ସମ୍ବିଧାନ,ହତିଆର ,

ସହିଵାନି ଆଉ ଘୃଣା ,ଅପମାନ
ଅନ୍ୟାୟ, ଅବିଚାର,
ସମ୍ବିଧାନ ପ୍ରଣେତା,ଆମ ମୁକ୍ତି ଦାତା
ବାବାସାହେବ୍, ଆମ୍ବେଦକର....!!!

ଜାଗ୍ରତ ହୁଅ,ଏକତ୍ର ହୁଅ...!!
ଛାତ୍ର, ଯୁବକ ଶିକ୍ଷିତ ବହୁଜନ ,
ଲଢେଇ କରିବା, ସୁରକ୍ଷା କରିବା
ଆମ ପବିତ୍ର ସମ୍ବିଧାନ,...!
ଆମ ମର୍ଯ୍ୟାଦା, ସ୍ୱାଭିମାନ....!!

**"***** ****
ଜୟ ଭୀମ୍ -- ଜୟ ସମ୍ବିଧାନ...
***** ***** ****
ସଂପର୍କ-୯୪୩୭୧ ୧୯୭୩୫

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬

21
2568 views