logo

ଜିଲ୍ଲା କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଓ ଦିବସ ପାଳିତ।

*ଜ଼ିଲ୍ଲା କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଓ ଦିବସ ପାଳିତ l*
କେନ୍ଦୁଝର: ଆମ ଦେଶର ଅଖଣ୍ଡତା, ସାର୍ବଭୌମତା, ନିରପେକ୍ଷତା ସହିତ ନୀତି, ନିୟମ ଓ କାନୁନକୁ ସମାନତା ଦେବା ଏବଂ ଗଣତନ୍ତ୍ରର ସୁପରିଚାଳନା ଓ ଗୋଟିଏ ମାପକାଠିରେ ଚାଲିବା ପାଇଁ ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଅଧକ୍ଷତାରେ ଗଠିତ ସମ୍ଭିଧାନକୁ ସମ୍ମାନ ଦେବା ପାଇଁ ସାରା ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଛି କିନ୍ତୁ ଦେଶରେ ବର୍ତମାନ ବିଜେପି ସରକାରର ଏକଛତ୍ରବାଦୀ ଓ ମନମୁଖି ଶାସନ ଚଳାଉଛି l ଲୋକମାନେ ଉପଯୁକ୍ତ ନ୍ୟାୟ ପାଉନାହାନ୍ତି l ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ନ ପାଇବା ଏବଂ ସମ୍ବିଧାନକୁ ସୁରକ୍ଷା ରଖିବାକୁ ସମ୍ବିଧାନ ବଞ୍ଚାଓ ଦିବସ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ ଜ଼ିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି l ଜ଼ିଲ୍ଲା କଂଗ୍ରେସ ସଭାପତି ଇଂ ମନୋଜ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଆଦିବାସୀ ନେତା ନିର୍ମଳ ନାଏକ ପ୍ରମୁଖ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ l ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଲଳିତ ମୋହନ ନାୟକ, ଉତ୍ତମ କୁମାର ସାହୁ, ଶରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ଦିଲ୍ଲୀପ କୁମାର ସାହୁ, ମହିଳା କଂଗ୍ରେସ ନେତ୍ରୀ ସବିତା ସାହୁ, କଂଗ୍ରେସ ନେତା ହାଡିବନ୍ଧୁ ଖୁଣ୍ଟିଆ, ଅମିତ କୁମାର ମହାନ୍ତ, ସୁବ୍ରତ କୁମାର ନାୟକ, ଦିନେଶ ରାଉତ, ଚିତ୍ତରଞ୍ଜନ ପାତ୍ର, ଲଷ୍ମଣ ଦାଶ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ରାମଚନ୍ଦ୍ର ମହାରଣା, ସେକ ଏଲିୟାସ, ହୃଦୟ ରଞ୍ଜନ ସିଂହ, ଲମ୍ବୋଧର ବେହେରା, ଗୋପାଳ ଚନ୍ଦ୍ର ସା, ସମ୍ରାଟ ନାୟକ, ନିରଞ୍ଜନ ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ର ଏବଂ ପୁରୁଷୋତ୍ତମ ପାତ୍ର କେନ୍ଦୁଝର ଙ୍କ ରିପୋର୍ଟ।

13
673 views