logo

କେନ୍ଦୁଝର ଜିଲ୍ଲା ଖୋଖୋ ଦଳର ପୁରୀ ଯାତ୍ରା।

କେନ୍ଦୁଝର ଜିଲ୍ଲା ଖୋଖୋ ଦଳର ପୁରୀ ଯାତ୍ରା

କେନ୍ଦୁଝର,ତା୨୬/୧୧- ଓଡିଶା ଖୋଖୋ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତାକାଲି ଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ପୁରୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ହେବାକୁ ଥିବା ରାଜ୍ୟ ବାଳିକା ଚମ୍ପିୟାନସିପ ପାଇଁ କେନ୍ଦୁଝର ଦଳ ଆଜି ରାତିରେ ପୁରୀ ଅଭିମୁଖେ ଯାତ୍ରା କରିବେ ବୋଲି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l ଝୁମ୍ପୁରା ନାରଦପୁରର କାଦମ୍ବିନୀ ମହାନ୍ତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ବାଳିକା ଦଳର ନାମ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି l ମନୋନୀତ ଖେଳାଳି ମାନେ ହେଲେ କାଦମ୍ବିନୀ ମହାନ୍ତ (ଅଧିନାୟକ) ପାୟଲ ରାଣୀ ନାଏକ (ଉପ ଅଧିନାୟକ ) ଯlଜ୍ଞସିନୀ ନାଏକ, ଭାଗ୍ୟଶ୍ରୀ ନାୟକ, ନିକିତା ନାଏକ, ପ୍ରତିମା ନାଏକ, ପ୍ରିୟା ନାଏକ, ଲଭଲି ମହାନ୍ତ, ମାଳତୀ ନାଏକ, ଶ୍ରେୟା ନାଏକ, ଲକ୍ଷ୍ମୀପ୍ରିୟା ନାଏକ ଏବଂ ସାଗରୀକା ମୁଣ୍ଡା l ଦଳ ସହ ପ୍ରକାଶ କୁମାର ବେଜ ମୁଖ୍ୟ କୋଚ ଭାବେ ଯାତ୍ରା କରୁଥିବା ବେଳେ କୋଚ ଭାବେ କାଳିଦାସ ସୋରେନ ଏବଂ ମ୍ୟାନେଜେର ଭାବେ ବରିଷ୍ଠ ଜାତୀୟ ଖୋଖୋ ଖେଳାଳି କ୍ଷଣପ୍ରଭା ନାୟକ ଯାତ୍ରା କରୁଥିବାର ଜଣାଯାଇଛି l

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792

29
1438 views