logo

"ମାଣବସା" କବୟିତ୍ରୀ ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା!

*ମାଣ ବସା*
------------
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର

ନମସ୍ତେମାଆମହାମାୟୀ
ସାଗରଦୁଲଣୀ ,
ନମସ୍ତେ ମାଆ ମହାମାୟୀ
ବିଷ୍ଣୁ ପାଟରାଣୀ I
ଅପୁତ୍ରିକ ଲଭେ ପୁତ୍ର
ତୁମରି ଦୟାରେ ,
ରଙ୍କ ମଧ୍ୟ ରାଜାହୁଏ
ତୁମରି କୃପାରେ I
ତୁମ ଦ୍ରୋହି ଜନଙ୍କୁ ଗୋ
ନ ମିଳଇ ଅନ୍ନ,
ଯେତେ ଅରଜିଲେ ମଧ୍ୟ
ଘର ହୁଏ ଶୁନ୍ୟ I
ତୁମ ନାମ ଜପକରି
ଶ୍ରୀୟା ଚଣ୍ଡାଳୁଣୀ ,
ପାଇଲା ଅଚଳାଚଳ
ଧନ ଗୋସାମଣୀ I
ତୁମ କୋପ ବଳେ ମାଗୋ
ଦେବତା ବି ହୁଏ ,
ବାଟର ଭିକାରି ତାକୁ
ଅନ୍ନ ବି ନ ମିଳେ I
ତୁମ ଶାପ ଯୋଗୁଁ ମାଲୋ
ପ୍ରଭୁ ଜଗନ୍ନାଥ ,
ଭିକ୍ଷା ମାଗିବାର କଥା
ଜାଣିଲା ଜଗତ I
ପାଇଥିବା ସୁନା ବେଙ୍ଗୀ
ପିତ୍ତଳ ହୋଇଲା ,
କାଣି କୌଡିର ମୂଲ୍ୟ
ତୁଳନା ନ ହେଲା I
ସାତ ତାଳ ପାଣି ନିମିଷକେ
ପଂକହେଲା ,
ଭୋକରେ ଶୋଷରେ ତାଙ୍କ
ବୁଦ୍ଧି ହଜିଗଲା I
ଯେ ଦେଖିଲା ଚୋର ଖଣ୍ଟ
ବୋଲି ଗାଳିଦେଲା,
ଆଉ କେହି ଦେଖି ଦାଣ୍ଡ
କବାଟ କିଳିଲା I
ଲକ୍ଷ୍ମୀ କୋପ ଯୋଗୁଁ ଦୁଇ
ଭାଇ ଙ୍କ ଦୁର୍ଦ୍ଦଶା ,
ବର୍ଣ୍ଣି ବାକୁ କବିଚିତ୍ତେ
ମିଳେନାହିଁ ଭାଷା I
ସାଗର କୂଳକୁ ତାଙ୍କୁ
ଦେଲେ ଯେ ପଠାଇ,
ସତ୍ୟାନନ୍ଦ ପୁଣି ଦେଲେ
ତାଙ୍କୁ ବାଟ କହି I
ତଥାପି ଦୁହିଁଙ୍କ ମନେ
ଥିଲା ଅହଂକାର ,
ରାନ୍ଧି ଖାଇବାକୁ ଦୁହେଁ
ମନେ କଲେ ସ୍ଥିର I
ଲକ୍ଷ୍ମୀ ଜୋପ କରିବାରୁ
ପାଣି ନ ତାତିଲା ,
କି ପାକ କରିବେ ପେଟ
ଜଳି ପୋଡିଗଲା I
ଶେଷରେ ମନସ୍ଥ କଲେ
ଘରେ ଖାଇବାକୁ,
ଜାତି ଦେଖି କିସ ଲାଭ
ମିଳିବ ଆମ୍ଭକୁ I
ମାଣବସା ଗୁରୁବାରେ
ଏଗାଥା ଶୁଣିଲେ ,
କୋଟି ଜନ୍ମ ପାପ ଦୂର
ହୋଇଯାଏ ଭଲେ I
-----------------------

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬

23
1018 views