logo

*୭୬ତମ ସମ୍ବିଧାନ ଦିବସ ପାଳିତ*


ଦାମନଯୋଡି: ଦାମନଯୋଡି ନାଲକୋ ଉଦ୍ୟୋଗରେ କାର୍ଯ୍ୟରତ ନବ ନିର୍ମାଣ ଠିକା ଶ୍ରମିକ ସଂଘ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । କମ୍ୟୁନିଟି ସେଣ୍ଟର ପରିସରରେ ସଂଘ ସଭାପତି ସୁବାଷ ଖରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଲକୋ ସମ୍ପୂର୍ଣ ଗୁଣବତ୍ତା ଓ ପରିବେଶ ବିଭାଗ ର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ବିଜେପି ଜିଲ୍ଲା ସମ୍ପାଦକ ଚୈତନ୍ୟ ହନ୍ତାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କମ୍ୟୁନିଟି ସେଣ୍ଟର ପରିଚାଳନା କମିଟି ସଭାପତି ସତ୍ୟକାମ ନାୟକ ଓ ସମ୍ପାଦକ ମନୋଜ କୁମାର ପୃଷ୍ଟି ଙ୍କ ସମେତ ଏସ ଟି ଏସ ସି ସଂଘ ସମ୍ପାଦକ ରବିକାନ୍ତ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଜର୍ଜ ୱିଲିୟମ୍ ତୁରୁକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଘ ସମ୍ପାଦକ ଆଦର୍ଶ ଖରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ମିନି ଟାକ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

81
2344 views