ଶାଳଗଛ :- ଦେବାଶିଷ ଚକ୍ରବର୍ତ୍ତୀ ଦ୍ବାରା ରଚିତ କବିତା।
ଶାଳଗଛ ******* ଦେବାଶିଷ ଚକ୍ରବର୍ତ୍ତୀ ପ୍ରାଚୂର୍ଯ୍ୟ ର ନନ୍ଦନ ରେ ନୁହେଁ ଉପେକ୍ଷା ର ଗହନ ବନରେ ହିଁ ଜନ୍ମ ଆମର ଆମପାଇଁ ସଜିଲ ହୋଇ ରହିନାହିଁ ସୌଭାଗ୍ୟ ର ତ୍ରିତଳ ଉଆସ ବରଂ ଏନ୍ତୁଡ଼ି ରୁ ଜୁଇ ଯାଏଁ ଆମ ମୁଣ୍ଡ ଉପରେ ବିଛେଇ ହୋଇଛି ଖୋଲା ଆକାଶ।ଯାତନା ର ଖଡ଼ିକା ରେସିଆଁ ହୋଇଥିବା ପତ୍ର ରେ ମୋହର ପରଷା ହେଉନି କି ଦୀନଦୁଃଖୀଙ୍କ ଠୁ ଆରମ୍ଭ କରି ଦିଅଁ ଙ୍କ ଆହାର?ବାଳୁତ ଅଵସ୍ଥା ରେ ମୋର ତୁମ ମୁଖ ଶୋଧନ ପାଇଁ ମୁଁ ସାଜୁନି କି ଦାନ୍ତକାଠି ?ହେଲେ ମୋର କଦର୍ କେହି କରିଛି କି କେଉଁଠି?ମଞ୍ଜ ପାକଳ ହେଲେ ଲୋଡ଼ାପଡେ ତିଆରିବା ପାଇଁ କବାଟ, ଝରକା କି ଦୁଆରବନ୍ଧ ମୋ ଛାତି ରୁ ଝରୁଥିବାରକ୍ତକଣା ଶୁଖିକରି ପାଲଟି ଯାଏ ଝୁଣା ଯହିଁରେ ହୁଏନି କି ଦେବ ଦେବୀ ଙ୍କ ଅରଚନା?ଫଗୁଣ ରେ ମୁଁ ବି ମଣ୍ଡି ହୁଏନି କି ଫୁଲରେ ହେଲେ କେହି ଶରଧା ରେ ତାକୁ ଖୋସିଛି କି ଗଭାରେ?ମଞ୍ଜି ରୁ ମୋହର ବାହାରି ଥାଏ ତେଲ ଯହିଁରୁ ଗୁଜୁରାଣ ମେଣ୍ଟିଥାଏ ଅଭାବୀ ଗ୍ରାମୀଣର। ଉଚ୍ଚମଥାନ କି କୋରଡ ମୋହରଅକାତରେ ଦେଇନି କିଶୁଆ,ଶାରୀ, କୋଚିଳାଖାଇ ଙ୍କ ପରି ଦୁର୍ଲଭ ପ୍ରଜାତି ଙ୍କୁ ଆଶ୍ରୟ ଅଥଚ, ମୋତେ ତ କାହିଁ ଲଭ୍ୟ ହୋଇନି ନ୍ୟୂନତମ ଅଧିକାର ସହ ବଞ୍ଚି ରହିବାର ବରାଭୟ ?ତୁମ ସମ୍ଭୋଗ ର ଉପବନ ନୁହେଁ ବରଂ ମୋତେ ମୋ ସ୍ଥିତି ରେ ହିଁ ରହିବାକୁ ଦିଅ।ସବୁକିଛି ଅଜାଡ଼ି ଦେଲେ ବି ମୋ ପାଇଁ ଖଞ୍ଜାହୋଇ ରହିଥାଏ ସ୍ବାର୍ଥ କୁରାଢି ର ପାହାର ଯେମିତି କି ଯେତେ କାମ କଲେବି ନିର୍ଦ୍ଧନ ର କପାଳ ରେ ଲେଖାଥାଏ ଅନିଭୋଗ ହିଁ କେବଳ।ମୁଣ୍ଡଟେକି ବାଟ ଚାଲିବା ପାଇଁ କଣ ନିହାତି ଆୟତ୍ତ କରିବା ଆବଶ୍ୟକ ନିଜ ଢୋଲ ପିଟି ଜାଣିବାର କୌଶଳ?ନହେଲେ କପାଳ ରେ ନେସା ହେଉଥିବ ଅମେଇସା ହିଁ କେବଳ?********************************* ମଣ୍ଡୁଆ,କେନ୍ଦୁଝର ଗଡ ମୋ -୯୪୩୭୭୫୨୪୯୫