ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ। ------------------------------------------------- କେନ୍ଦୁଝର,ତା ୨୪/୧୧- ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କେନ୍ଦୁଝର କୋର୍ଟ ପରିସରରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜିଲ୍ଲା ଦୌରାଜଜ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀଙ୍କ ପରିଚାଳନାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ସ୍କୁଲର ୬୬ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ସପ୍ତମ ଓ ଅଷ୍ଟମ ଗୋଟେ ଗ୍ରୁପ ଏବଂ ନବମ ଓ ଦଶମ ଆଉ ଗୋଟେ ଗ୍ରୁପ କରି ଭିନ୍ନ ଭିନ୍ନ ବିଷୟ ଚିତ୍ରାଙ୍କନ ଲାଗି ଦିଆ ଯାଇଥିଲା। ଶେଷରେ ଚିତ୍ରାଙ୍କନ ମୂଲ୍ୟାୟନ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ନିର୍ଣ୍ଣୟ କରି ସମସ୍ତଙ୍କୁ ପ୍ରମାଣପତ୍ର ସହ ବିଜୟୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ତେବେ ତା୨୬/୧୧/୨୦୨୫ରିଖ ଆୟୋଜିତ ହେଵାକୁ ଥିବା ସମ୍ବିଧାନ ଦିବସ ଅବସରରେ ବିଜୟୀଙ୍କୁ ପୁରସ୍କୃତ କରାଯିବ ଜଣାଯାଇଛି। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଲାଗି ଜିଲ୍ଲାରୁ ଶ୍ରେଷ୍ଠ ତିନିଟି ଚିତ୍ର କଟକସ୍ଥ ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯିବ ବୋଲି ସଚିବ କହିଛନ୍ତି। କେନ୍ଦୁଝର ସହ ଆନନ୍ଦପୁର,ହାଟଡିହି, ବଡ଼ବିଲ, ଚମ୍ପୁଆ ତାଳୁକରେ ଆଇନସେବା ପ୍ରାଧିକରଣ ଦ୍ୱାରା ଏହି ପ୍ରତିଯୋଗିତା ମାନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶରେ ଏସବୁ ଆୟୋଜିତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ (ଭିଜିଲାନ୍ସ) ଶ୍ରୀ ଭଗବାନ ପ୍ରଧାନ, ବରିଷ୍ଠ ସିଭିଲ ଜଜ ତଥା ମହିଳା ବିଚାରପତି ନେହା ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅମ୍ବିକେଶ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଓ ପିଏଲଭି ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792