
ଅଳତୀ ଦରିଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୯ ମସିହାର ଛାତ୍ରଛାତ୍ରୀ ଙ୍କ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ।
ଅଳତୀ ଦରିଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୯ ମସିହାର ଛାତ୍ରଛାତ୍ରୀ ଙ୍କ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ।
-----------------------------------------------
ଘଷିପୁରା: ୨୪/୧୧, ଘସିପୁରା ବ୍ଲକ ଅନ୍ତର୍ଗତ ଅଳତୀ ଗ୍ରାମର ଦରିଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୯୯ ବ୍ୟାଚ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ପୁରାତନ ଛାତ୍ର ଅମିତ୍ ଦାସ ଙ୍କ ସଂଯୋଜନା ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ
ଶିକ୍ଷକ ଯଦୁମଣି ମହାକୁଡ଼, ଗୁଣନିଧି ଦାଶ, ଲଛମନ ଦାଶ, ରବିନ୍ଦ୍ର ହୋତା, ପ୍ରଦିପ ନାୟକ, ମହମ୍ମଦ ତାଜୁଦ୍ଦିନ୍ ଖାଁ, ଗଙ୍ଗାଧର ପରିଡ଼ା, ଦିବାକର ସ୍ୱାଇଁ, କର୍ମଚାରୀ ହଳଧର ସ୍ୱାଇଁ, କାଶୀନାଥ ସାହୁ, ପ୍ରଶନ୍ନ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଉତ୍ତରିୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ବର୍ଷ ପରେ ଏଭଳି ଛାତ୍ରଛାତ୍ରୀ ସମ୍ମିଳନୀ ଆୟୋଜନ କରାଯାଇ ଥିବାରୁ ପୁରାତନ ଛାତ୍ର ମାନେ ଆୟୋଜନ କରିଥିବା ଛାତ୍ର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ରଛାତ୍ରୀ ରମେଶ ବୋଇତେଇ ତ୍ରିଲୋଚନ ସାହୁ ବିଗିପ୍ତା ଦାଶ, ଅହଲ୍ୟା ସାହୁ, ମଞ୍ଜୁଲତା ମଲ୍ଲିକ ଙ୍କସହ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ମଧ୍ୟରେ ସ୍କୁଲ ଜିବନ ସ୍ମୃତି ବିଷୟରେ ଅଭିଭାଷଣ ରଖିଥିଲେ।
ବିଜୟ ଜେନାଙ୍କ ରିପୋର୍ଟ, ମୋବାଇଲ: 77355 89657