logo

ସରଗିଫୁଲ କାର୍ଯ୍ୟକ୍ରମ ଛାତ୍ରୀଙ୍କ ସଫଳତା ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଲେ ଆନନ୍ଦିତ।

ସରଗିଫୁଲ କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ସଫଳତାକୁ ନେଇ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଆନନ୍ଦ ମୁଖର।

କେନ୍ଦୁଝର ଜିଲ୍ଳାରେ ଜିଲ୍ଲାସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଶୁଆକାଟିର ଛାତ୍ରୀମାନେ କେନ୍ଦୁଝର ସହରର ସୁନାମଧନ୍ୟା କଣ୍ଠଶିଳ୍ପୀନୀ ତଥା ସଂଗୀତ ଶିକ୍ଷୟତ୍ରୀ ସୁନିତା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିବାରୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ମହାଲରେ ଆନନ୍ଦ ଖେଳିଯାଇଛି। ଏକକ ଜୁନିଅର ବିଭାଗ ନୃତ୍ୟରେ ଖୁସି ଦାସ ପ୍ରଥମ, ଏକକ ସିନିଅର ନୃତ୍ୟ ବିଭାଗରେ ଦୀପାରାଣୀ ମୁଣ୍ଡା ପ୍ରଥମ, ଯନ୍ତ୍ର ସଂଗୀତରେ ଦ୍ରୌପଦୀ ମହତା ପ୍ରଥମ, ସିନିଅର ବିଭାଗ ଏକକ କଣ୍ଠ ସଂଗୀତରେ ଭଗବତୀ ରଣା ପ୍ରଥମ ସ୍ଥାନ ଏବଂ ବକ୍ତୃତା ବରିଷ୍ଟ ବିଭାଗରେ ସୁଶ୍ରୀ ତନୟା ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦଳଗତ ନୃତ୍ୟରେ ଦ୍ୱିତୀୟ ସ୍ଥାନ ଓ ଭଲିବଲ ମ୍ୟାଚରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରନର୍ସଅପ ହୋଇ ବିଦ୍ୟାଳୟ ଲାଗି ଗୌରବ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ବିନୋଦିନୀ ସାମଲ ଏବଂ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ବିଦ୍ୟାଳୟଟି ଗୌରବାନିତ ହେବା ସମ୍ଭବପର ହୋଇପାରିଛି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

25
1143 views