logo

ଦରମା ପାଇଁ ଲାଞ୍ଚ କାରବାର, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କର୍ମଚାରୀ!

ଦରମା ପାଇଁ ଲାଂଚ କାରବାର, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କର୍ମଚାରୀ।
-----------------------------------------------
କେନ୍ଦୁଝର, ୨୪ା୧୧: ବାଂଶପାଳ ବ୍ଳକ ସ୍ତରୀୟ ଓଡିଶା ଜୀବିକା ମିଶନ ସଂଯୋଜକଙ୍କ ବିରୁଦ୍ଧରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ବାଂଶପାଳ ବ୍ଲକ ତଳ ଚମ୍ପେଇ ପଂଚାୟତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଯଥା (ସିଆରପି ସିଏମ୍ ) ଏବଂ ମାଷ୍ଟର ବୁକ କିପର(ଏମବିକେ) ମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବାଂଶପାଳ ବ୍ଲକରେ ଥିବା ଗୋଷ୍ଠି ଜୀବିକା ସଂଯୋଜକ (ବିଏଲସି) ଭାଗବତ ସେଠୀ ଉକ୍ତ ବ୍ଲକରେ କାର୍ଯ୍ୟ କରୁଥିବା ସିଆରପି ସିଏମ୍ ଏବଂ ଏମବିକେ ମାନଙ୍କୁ ୧୦ ରୁ ୨୦ହଜାର ଟଙ୍କା ଲାଂଚ ନେଇ ନିଯୁକ୍ତି ଦେଇଛନ୍ତି। ଏବେ ସେମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରି କାମ କରାଉଛନ୍ତି। ଦରମା ପାଇଁ ଟଙ୍କା ମାଗୁଛନ୍ତି। ଏପରିକି ଟଙ୍କା ନ ଦେଲେ ମହିଳା କର୍ମଚାରୀମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଛନ୍ତି ବୋଲି ଅଭିଯୋଗପତ୍ରରେ ସେମାନେ ଦର୍ଶାଇଛନ୍ତି। ୩ ମାସର ଦରମା ପାଇଁ ଲାଂଚ ବାବଦକୁ ଟଙ୍କା ଫୋନ ପେ ନେଇଥିବାରୁ ଏହାର କପି ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ସହ ଦେଇଛନ୍ତି। ସ୍ମୃତିରେଖା ବେହେରା, ଗୋଲାପ ଆରୁକ୍‌, ବାବି ନାଏକ, ମୋନା ଦେହୁରୀ, ସୁକାନ୍ତି ପ୍ରଧାନ ଙ୍କ ସମେତ ଏହି ଅଭିଯୋଗ ଦେଈଛନ୍ତି। ଅଭିଯୋଗ ପରେ ଅଦ୍ୟାବଧି ଏହାର ତଦନ୍ତ ପାଇଁ ଜିଲ୍ଳା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତିଙ୍କୁ ତଦନ୍ତ ପାଇଁ ଆଦେଶ ହୋଇଛି। ତେବେ ଅଦ୍ୟାବଧି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ରୁ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମିଧା ପାଢୀ ଙ୍କ ସହ ଯୋଗଯୋଗ କରିବାରୁ ତାଙ୍କୁ କେହି ଅଭିଯୋଗ କରିନାହାଁନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

25
1306 views