logo

ନର୍ଭେରମ ପାୟାର ଆଣ୍ଡ୍ ଷ୍ଟିଲ୍ କମ୍ପାନୀକୁ କଳିଙ୍ଗ ସୁରକ୍ଷା ସମ୍ମାନ ପ୍ରଦାନ।

ନର୍ଭେରମ ପାୟାର ଆଣ୍ଡ ଷ୍ଟିଲ କମ୍ପାନୀକୁ କଳିଙ୍ଗ ସୁରକ୍ଷା ସମ୍ମାନ ପ୍ରଦାନ ।
------------------------------------------------
କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ଟୋନ୍ତ ଗ୍ରାମରେ ଅବସ୍ତିତ ଏକ ଅଗ୍ରଣୀ ଶିଳ୍ପନୁଷ୍ଠାନ ନର୍ଭେରମ ପାଓର ଆଣ୍ଡ ଷ୍ଟିଲ କମ୍ପାନୀ ଦ୍ୱାରା ପରିଚାଳିତ ରୋଇଡ଼ା ୨ ଲୁହାପଥର ଖଣିକୁ ପ୍ଲାଟିନମ ବର୍ଗରେ କଳିଙ୍ଗ ସୁରକ୍ଷା ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲ ଠାରେ ଆଇକୄଇଏମଏସ ସଂସ୍ଥା ଦ୍ୱାରା ଗତ ୧୯ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଏହି ସମ୍ମାନଟିକୁ ଗ୍ରହଣ କରିଥିଲେ। ଖଣି ଉପନିବନ୍ଧକ ସଞ୍ଜୟ କୁମାର ସାମଲ ଓ ମାନବ ସମ୍ବଳ ବିଭାଗର ସୌଭାଗ୍ୟ ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡ଼ିଶା ବିଧାନସଭା ର ବାଚସ୍ପତି ସୁରମା ପାଢ଼ୀ ଏହି ପୁରସ୍କାର ପ୍ରଦାନ କରିଥିଲେ। ଦେଶର ପ୍ରାୟ ୧୨୦ଗୋଟି କମ୍ପାନୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342

17
1144 views