logo

ସାହାରପଡା ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି।

ସାହାରପଡା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି।
------------------------------------------------

ପାଟଣା:୨୪/୧୧, ସୋମବାର ସାହାରପଡା ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯକ୍ରମ ରହିଥିଲା। ମୁଖ୍ୟ ମନ୍ତ୍ରୀ ଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପାଳ କିମ୍ବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜନ ଶୁଣାଣି ରେ ଯୋଗ ଦେଇ ପାରି ନଥିବେଳେ ଜିଲ୍ଲା ଅତିରିକ୍ତ ଜିଲ୍ଲା ପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଗାଁ ପୋଲିସ ଏସ ଡ଼ି ପି ଓ ବିଜୟ କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକ ର ଶୁଣାଣି କରିଥିଲେ। ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ମନେ ମଧ୍ୟ ଯୋଗ ଦେଇଥିଲେ। ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ ମହାନ୍ତ ଏବଂ ତହସିଲଦାର ଲୀଳାବତୀ ନାୟକ ସହଯୋଗ କରିଥଲେ। ମୋଟ ୧୪୦ ଗୋଟି ସମସ୍ୟା ର ଅଭିଯୋଗ ଆସିଥିଲା। ତେବେ ପ୍ରାୟ ସମସ୍ୟା ଭତ୍ତା, ରାସନ କାର୍ଡ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମ୍ୱନ୍ଧୀୟ ହୋଇଥିଲା। ଅର୍ଦ୍ଧାଧିକ କେସ ବହୁ ପୁରୁଣା ଥିବାର ଜଣା ପଡିଥିଲା। ଚାରି ପାଞ୍ଚ ଥର ଜନ ଶୁଣାଣି ରେ ପଡି କୌଣସି ନ୍ୟାୟ ମିଳି ନ ଥିବା ଲୋକ ମଧ୍ୟ ଅନେକ ଜନ ଆସିଥିଲେ। ଜିଲ୍ଲା ପାଳ ଆସି ନଥିବାରୁ କିଛି ଲୋକ ଅଭିଯୋଗ ନ କରି ଚାଲି ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବ୍ଲକ ର ସମସ୍ତ କନିଷ୍ଟ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ଅଧିକାରୀ ଆନ୍ତର୍ଯ୍ୟମୀ ସେଠୀ ପରିଚାଳନା ରେ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮

27
2001 views