logo

ନିରାକାରପୁର ରେ ଦୋଳି ଓ ମୀନା ଵଜ଼ାର ଉଦଘାଟିତ

ଖୋର୍ଦ୍ଧା,୨୩.୧୧.୨୫(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ପ୍ରଧାନ ପଡିଆ ରେ ତୃତୀୟ ଥର ପାଇଁ ଦୋଳି ଓ ମୀନାବଜ଼ାର ହେବାକୁ ଯାଉଛି lଆଜି ଓମ ସାଇରମ ଏଣ୍ଟରପ୍ରାଇଜେସ ପକ୍ଷରୁ ଦୋଳି ଓ ମୀନା ଵଜ଼ାର ମହାସମାରୋହରେ ଉଦଘାଟିତ ହୋଇଯାଇଅଛି l ଏକ ସାନ୍ଧ୍ୟ ମନୋଜ୍ଞ୍ ପରିବେଶ ମଧ୍ୟରେ ନିରାକାରପୁର ଅଂଚଳ ର ସମସ୍ତ ବରିଷ୍ଠ ସାମ୍ବାଦିକ ଅତିଥିଭାବେ ଯୋଗ ଦେଇ ସାମୁହିକ ଫିତା କାଟି ଉଦଘାଟନ କରିଥିଲେ l ଏହି ମୀନା ଵଜ଼ାର ରେ ପ୍ରଥମ ଥର ନିରାକାରପୁର ରେ ନୌକା ଦୋଳି ଆସିଥିବା ଦେଖିବାକୁ ମିଳିଛି lତତସହିତ ଡ୍ରlଗନ, ବ୍ରେକ ଡ୍ୟାନ୍ସ, ମିକି ମାଉସ,ରାମ ଦୋଳି (ଛୋଟ) ଉଡ଼ାଜାହାଜ, କାର ଓ ଘୋଡା ଦୋଳି, ୱାଟର ବୋଟିଙ୍ଗ, ଜମ୍ପିଙ୍ଗ ର ମଜ଼ା ନେଇପାରିବେ l ମଥୁରା କେକ୍,ଆଇସିକ୍ରୀମ ଓ ବିଭିନ୍ନ ପ୍ରକାର ଖାଦ୍ୟ ସହିତ ସୁଲଭ ମୂଲ୍ୟରେ ଷ୍ଟେସନାରୀ ଓ ସମସ୍ତ ଘରକରଣl ଜିନିଷ ଗୋଟିଏ ଜାଗାରୁ ମିଳିବାର ମୀନା ଵଜ଼ାର ପ୍ରୋପlଇଟର ପ୍ରଶାନ୍ତ ସାହୁ ଙ୍କ ଠାରୁ ସୂଚନା ମିଳିଛି l ଏହି ମୀନା ଵଜ଼ାର ୧୫ ଦିନ ଚାଲିବାର କାର୍ଯ୍ୟକ୍ରମ ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରି ପରିବାର ସହ ସହ ମନୋରଞ୍ଜନ ର ଉପଭୋଗ ପାଇଁ ନିବେଦନ କରିଛି ନିରାକାରପୁର ସାମ୍ବାଦିକ ସଂଘ l

4
2665 views