logo

ସରସ୍ଵତୀ ବିଦ୍ୟା ମନ୍ଦିରରେ ଏନସିସି ଦିବସ ପାଳିତ

ଦାମନଯୋଡ଼ି,୨୩/୧୧ :ନାଲକୋ ଟାଉନସିପସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ୭୮ତମ ଏନସିସି ସ୍ଥାପନା ଦିବସ ପାଳିତ ହୋଇଯାଇଛି I ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏନସିସି ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ I ସମାଜର ସାମୂହିକ ସେବା କ୍ଷେତ୍ରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏକ ସ୍ଵତନ୍ତ୍ର ପରିଚୟ ରହିଛି ଓ ଏହା ଦ୍ଵାରା କ୍ୟାଡେଟମାନଙ୍କ ମଧ୍ୟରେ ଶୃଙ୍ଖଳା, ରାଷ୍ଟ୍ରପ୍ରେମ, ପ୍ରତିବଦ୍ଧତା ଓ ନେତୃତ୍ଵ ନେବାର ଦକ୍ଷତା ଆଦି ଗୁଣାବଳୀ ସୃଷ୍ଟି କରିବାରେ ଏନସିସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସେ ପ୍ରକାଶ କରିଥିଲେ Iଏହା ପରେ ସେ କ୍ୟାଡେଟମାନଙ୍କୁ ବର୍ତ୍ତମାନ ଚାଲୁଥିବା ସାଇବର ଆକ୍ରମଣରୁ କିପରି ଆମମାନେ ସୁରକ୍ଷା ପାଇପାରିବା ସେ ସମ୍ପର୍କରେ ଆଲୋଚନା କରିଥିଲେIକ୍ୟାଡେଟମାନଙ୍କ ଦ୍ଵାରା ବନ୍ଦେ ମାତରମ ଗାନ କରାଯିବା ସହିତ ବଙ୍କିମ ଚନ୍ଦ୍ରଙ୍କ ବିଷୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷରେ କ୍ୟାଡେଟମାନଙ୍କ ଦ୍ଵାରା ଏକ ସାଇକେଲ ରାଲିର କାର୍ଯ୍ୟକ୍ରମ କରଯାଇଥିଲା।

21
1223 views