
ପୁରୁଷୋତ୍ତମପୁର ଏନଏସି ରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ଠପ ଏଠାରେ ନେତା ପ୍ରବଳ କିନ୍ତୁ କାମ ଦୁର୍ବଳ !
ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ସହରରେ ସ୍ୱଚ୍ଛତା ଉପରେ ମାଳ ମାଳ ବୋର୍ଡ ଲାଗିଥିବା ବେଳେ ଏଠାରେ ବୋର୍ଡ ଏବଂ କାଗଜ କଲମରେ ସ୍ୱଚ୍ଛତା ଚାଲିଥିବା ଜନସାଧାରଣ ଅନୁଭବ କରୁଛନ୍ତି |ଏଠାରେ ଡ୍ରେନେଜ,ପୋଖରୀ, ଶୌଚାଳୟ,ଫେବରରୋଡ, ଷ୍ଟ୍ରୀଟ ଲାଇଟ ଅବ୍ୟବସ୍ଥାରେ ଚାଲିଛି | କୌଣସି ଡ୍ରେନ ରେ କିମ୍ବା ଶୌଚାଳୟ ରେ ଫିନାଇଲ ପଡୁନି କି ଡ୍ରେନ ସଫା ହେଉନି କି ଫେବର ରୋଡ ଗୁଡାକର ୩ ବର୍ଷ ମେଣ୍ଟେନାନ୍ସ ଥିଲେ ମଧ୍ୟ ତାହା ମରାମତି କରାଯାଉନି ଏବଂ ସହର ଉପକଣ୍ଠରେ ଥିବା ଗୋପାଳବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଏହାର ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନି କିନ୍ତୁ ଦୁଃଖର ବିଷୟ ଶୁଣିବାକୁ ମିଳୁଛି ଏନଏସି ର ନାଳ ନର୍ଦ୍ଧମା ଏବଂ ଶୌଚାଳୟ ଗୁଡାକ ପରିଷ୍କାର ନ ହୋଇ ମଧ୍ୟ ସାନିଟାଇସର ଏବଂ ଜେସିବି ନାମ ରେ ଲକ୍ଷ ଲକ୍ଷ ମିଥ୍ୟା ବିଲ କରି ଚଳୁ କରାଯାଉଛି ବୋଲି ବିଭିନ୍ନ ଚାହା ଖଟିରେ ଚର୍ଚ୍ଚା ଜୋର ଧରିଛି ଏବଂ ପୂର୍ବ ସରକାରରେ ଏହି ଏନଏସିରେ ମହାଦୁର୍ନୀତି ହୋଇଥିବା ଖବର ପାଇ ବ୍ରହ୍ମପୁର ଭିଜିଲାନ୍ସ ଅନୁମାନିକ ୧୨୨ ଗୋଟି ଫାଇଲ ନେଇଥିଲେ ମଧ୍ୟ ତାହା ଉପରେ ଏକ୍ସନ ନିଆଯାଉନି କାହିଁକି ବୋଲି ମଧ୍ୟ ଚାହା ଖଟିରେ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି | ପୂର୍ବ ସରକାରରେ ଡ୍ରେନେଜ,ଫେବର,ଷ୍ଟ୍ରୀଟ ଲାଇଟ,ପୋଖରୀ,ଜାତୀୟ ପତାକା ପୋଲ ପ୍ରଭୁତି ନିମ୍ନ ମାନର କାମ କରାଯାଇଥିବାରୁ ଏସବୁ ଭାଙ୍ଗି ଜରାଜୀନ୍ନ ଅବସ୍ଥାରେ ପଡିଛି |ତଥାପି ଏହାର ମରାମତି କରାଯାଉନି କାହିଁକି? ସହରରେ ୧୪ ଗୋଟି ୱାର୍ଡ ରହିଛି ହେଲେ ପ୍ରଥମ ୱାର୍ଡରୁ ଆରମ୍ଭ କରି ଶେଷ ୱାର୍ଡ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ କଥା ,ସବୁ ୱାର୍ଡରେ ଅବ୍ୟବସ୍ଥା | ସହରର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ବହୁ ନୂତନ ସାହି ଗଢି ଉଠିଲାଣି କିନ୍ତୁ ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରିନି | କିଛି ଜାଗାରେ ଡ୍ରେନ ରାସ୍ତା ସହିତ ସମତୁଲ ହୋଇ ମିଶି ଗଲାଣି ତ କିଛି ଜାଗାରେ ଡ୍ରେନ ରେ ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଜମା ରହିବା ସହିତ ଅଧିକାଂଶ ଡ୍ରେନ ମୁକୁଳା ଅବସ୍ଥାରେ ରହିଛି | ଫଳରେ ମଶା,ମାଛିଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି ଆଗକୁ ମେଲେରିଆ,ଡେଙ୍ଗୁ,ଟାଇଫଏଡ଼ ହେବାର ସମ୍ଭାବନା କୁ ଏଡାଇ ଦେଈହବନି ଏବଂ ସେହି ଡ୍ରେନ ଉପରେ ଛୋଟ ଛୋଟ ସ୍କୁଲ ପିଲା ଏବଂ ଜନସାଧାରଣ ମଧ୍ୟ ଚାଲି ଚାଲି ନିଜ ନିଜ ଘରୁ ମାର୍କେଟ ଏବଂ ସ୍କୁଲ କୁ ଯିବା ଆସିବା କରନ୍ତି ଏହି ମୁକୁଳା ଡ୍ରେନ ରେ କେତେବେଳେ ମଧ୍ୟ ଅଘଟଣ ଘଟିପାରେ ଏହାକୁ ଏନଏସି ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନେ ଗୁରୁତ୍ୱ ନଦେବାରୁ ଜନ ସାଧାରଣଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଛି କାଳୀ ମନ୍ଦିର ଛକରେ ପୂର୍ବ ସରକାର ମାଛ ମାର୍କେଟ କରିବା ପାଇଁ ଫଳକ ଲଗାଇଥିବା ବେଳେ ଏବଂ ପରବର୍ତ୍ତୀ ସମୟରେ ରେ ନୂଆଁ ସରକାର ଆସିବା ପରେ ଗତ ଜୁଲାଇ ୧୨ ତାରିଖରେ ୧୪ ଦିନ ଭିତରେ ମାଛ ମାର୍କେଟ ସୁରକ୍ଷିତ ଜାଗାକୁ ଘୁଞ୍ଚାଇବାକୁ ଏନଏସି ଦ୍ଵାରା ଏକ ବୋର୍ଡ ଲଗାଯାଇଥିଲା କିନ୍ତୁ ଦୁଃଖର ବିଷୟ ସେହି ବୋର୍ଡ ଲାଗିବାର ୪ ମାସ ଅତିବାହିତ ହୋଇ ବୋର୍ଡ ଉଡ଼ିଗଲାଣି କିନ୍ତୁ ସେହି ଜାଗାରେ ହିଁ ରୋଡକୁ ଅବରୋଧ କରି ମାଛ ବିକ୍ରି କରାଯାଇ କେନାଲ କୁ ଅପରିଷ୍କାର କରାଯାଉଛି ତଥାପି ଏନଏସି ଏହି ମାଛ ମାର୍କେଟକୁ ସୁରକ୍ଷିତ ଜାଗାକୁ ଘୁଞ୍ଚାଉନି | ଗଣ ମାଧ୍ୟମ ରେ ବାରମ୍ବାର ଏହା ଉପରେ ନିଉସ ପ୍ରସାରିତ ହେଲା ପରେ ମଧ୍ୟ ଏନଏସି ଏହା ଉପରେ ଗୁରୁତ୍ୱ ଦେଉନି lକାରଣ ପୂର୍ବ ସରକାରରେ ନିମ୍ନ ମାନର ଡ୍ରେନ ଏବଂ ଫେବର କାର୍ଯ୍ୟ ହେବା ଦ୍ଵାରା ଅଧିକାଂଶ ୱାର୍ଡ ରେ ଡ୍ରେନ ପ୍ଲେଟ ଗୁଡାକ ଭାଙ୍ଗି ଦୁର୍ଗନ୍ଧରେ ନାକ ଫାଟିଯାଉଛି ଏବଂ କଲେଜ ଛକ ରେ ବ୍ଲକ ନିକଟରେ ଶୌଚାଳୟ ରୋଡ ଉପରେ କରାଯିବା ଫଳରେ ରାଣୀଗାଁ ରୋଡ ସଂକୁଚିତ ହୋଇଯାଇଛି | ଫଳରେ ଗାଡି ଏବଂ ଜନସାଧାରଣ ଯିବା ଆସିବା ଅସୁବିଧା ହେବା ସହିତ ବ୍ଲକ ସମ୍ମୁଖରେ ଦୁର୍ଗନ୍ଧ ରେ ନାକ ଫାଟିଯାଉଛି | ତଥାପି ଏହା ଉପରେ ଗୁରୁତ୍ୱ ଦିଆଯାଉନି | ଏନଏସି ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ସାନିଟାଇଜର ଏବଂ ଜେସିବି ଦ୍ଵାରା ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି ବୋଲି ସହରର ବିଭିନ୍ନ ଚାହା ଖଟିରେ ଚର୍ଚ୍ଚା ଜୋର ଧରିଛି | ଏହାର ଅବହେଳା ଜୋଂଗୁଁ ମଶା,ମାଛିର ପାଦୁର୍ଭାବ ବଢିବା ସହିତ ଡେଙ୍ଗୁ ଓ ମ୍ୟାଲେରିଆ ହେବାର ଆଶଙ୍କା ଅଛି | ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ସ୍ୱଚ୍ଛତା ଉପରେ ଖର୍ଚ୍ଚ କରିବାକୁ ଏନଏସି କୁ ଆସୁଥିବା ବେଳେ ତାହା କାଗଜ କଲମ ରେ ସୀମିତ ରହିଯାଉଛି |ଏନଏସି ର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଆଜି ସହରର ଡ୍ରେନେଜ ବ୍ୟବସ୍ଥା କୋମାରେ ପଡିଛି | ବେଳେ ବେଳେ ଏହି ଡ୍ରେନର ଦୂଷିତ ଜଳ ପାନୀୟ ଜଳ ପାଇପ ସହ ମିଶିଥିବାର ଦେଖିବାକୁ ମିଳୁଛି ଯାହା ବର୍ତ୍ତମାନ ଜନସାଧାରଣଙ୍କ ସୁରକ୍ଷିତ ଭବିଷ୍ୟତ ଉପରେ ବର୍ତ୍ତମାନ ଠାରୁ ପ୍ରଶ୍ନବାଚି ସୃଷ୍ଟି କଲାଣି | ତୁରନ୍ତ ଏହା ଉପରେ ପ୍ରଶାସନ ତଦନ୍ତ କରି ଏହାର ସମାଧାନ କରନ୍ତୁ ନ ହେଲେ ଆଗାମୀ ଦିନରେ ଜନ ସାଧାରଣ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି |