logo

ପରିମଳ ଵେବସ୍ତାରେ ପୁରୁଷୋତ୍ତମପୁର NAC ବିଫଳ

ପୁରୁଷୋତ୍ତମପୁର -୨୨/୧୧(ମାଧବାନନ୍ଦ ଦାଶ )କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ ଭଳି ଅଂଚଳର ଡ୍ରେନେଜ ବ୍ୟବସ୍ଥା ଅତି ସାଙ୍ଘାତିକ l ସହରର ୧ନଂ ୱାର୍ଡ ଠାରୁ ଆରମ୍ବ କରି ୧୪ନଂ ୱାର୍ଡ ପର୍ଯ୍ୟନ୍ତ ବୁଲି ଦେଖିଲେ ଜଣାପଡିବ ଡ୍ରେନେଜ ବ୍ୟବସ୍ଥା କିପରି କାର୍ଯ୍ୟକ୍ଷମ l କେଉଁଠି ଅଳିଆ ଆବର୍ଜନା ରେ ନର୍ଦ୍ଦମା ପୁରୀ ରହିଛି ତ ଆଉ କେଉଁଠି ପଚା ପାଣି ଜମି ରହି ପରିବେଶ ଉପରେ ତାର ପ୍ରଭାବ ଜାହିର କରୁଛି l ଗତ ବି ଜେ ଡି ସରକାର ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହର ରେ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା ଯାହାକି ଠିକାଦାର ଓ ଅଫିସର ଙ୍କ ଦୂର ଦୃଷ୍ଟି ର ଅଭାବ ରୁ ଡ୍ରେନଜ ଗୁଡିକ ଅଚଳବସ୍ଥା ହୋଇ ପଡି ରହିଛି l ଯାହାକି ପୁରୁଷୋତ୍ତମପୁର ବାସୀଙ୍କୁ ଭୋଗିବାକୁ ପଡୁଛି l ଏତଦବ୍ୟତୀତ କିଛି ଡ୍ରେନ ରେ ପାଣି ଜମି ଦୁର୍ଗନ୍ଧ ବାହାରୁଚି ସେହି ରାସ୍ତା ଦେଇ ଜନସାଧାରଣ ଯିବା ଆସିବା କରିବାରେ ମଧ୍ୟ ଘୋର ସମସ୍ୟା ସୃଷ୍ଟି ହେଉଛି l ଯାହାଫଳରେ ଡେଙ୍ଗୁ ଓ ମେଲେରିଆ ଭଳି ଭୟଙ୍କର ମହାମାରୀ ଆସିବାର ସମ୍ଭାବନା ଦେଖାଦେବ ବୋଲି ଜନସାଧାରଣ ଚିନ୍ତା ବ୍ୟକ୍ତ କରୁଛନ୍ତି l ଏଠାରେ ସୂଚନା ଥାଉକି ଡବଲ ଇଂଜୀନ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସ୍ଵଛତା ଅଭିଯାନ ଚଳାଇ ଛନ୍ତି ଯାହାକି ପୁରୁଷୋତ୍ତମପୁର ରେ କେବଳ କାଗଜ କଲମରେ ସୀମିତ l ଏହି ଡ୍ରେନ ଗୁଡିକ ଜନସଧାରଣ ଙ୍କୁ କିପରି ଉଚିତ ସେବା ଯୋଗେଇଦେବ ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ସହରବାସୀ ଆସା ବ୍ୟକ୍ତ କରିଛନ୍ତି l

6
121 views