logo

କ୍ଲାସ ରୁମ ପାଖରେ ଚାଲିଛି ଇନଚାର୍ଜ ପ୍ରଧାନ ଶିକ୍ଷକ ଙ୍କ ସ୍କୁଟି ଚାର୍ଜ_ ଭିଡ଼ିଓ ଭାଇରଲ

ଖୋର୍ଦ୍ଧା,୨୧.୧୧.୨୫(ଏ.ଆଇ.ଏମ.ଏ) ଆପଣମାନେ ଦୈନିକ ଖବର କାଗଜ ପଢୁଥିବେ ଓ ଟିଭି ରେ ଦେଖୁଥିବେ ଚାର୍ଜ ହେଉଥିବା ବ୍ୟଟେରୀ ସ୍କୁଟି ଓ କାର ଆପେଆପେ ଜଳୁଥିବା ର l ତଥାପି ଜନସାଧାରଣ ଏହାକୁ ଖାତିର ନକରି ଅଘଟଣ କୁ ନିମଂତ୍ରଣ କରୁଛନ୍ତି l ମାତ୍ର ଆପଣମାନେ ଓଡିଶା ର କୌଣସି ବିଦ୍ୟାଳୟ ରେ ଦେଖିବାକୁ ପାଇନଥିବେ ଛାତ୍ର ଛାତ୍ରୀ ପଢ଼ୁଥିବା ସମୟରେ ଜଣେ ଶିକ୍ଷକ ଙ୍କ ସେହି ଶ୍ରେଣୀ ପ୍ରବେଶ ଦ୍ୱାର ପାଖରେ ଇଲେକ୍ଟ୍ରି ସ୍କୁଟି ଚାର୍ଜ ହେବାର l ହଁ ଆଜ୍ଞା ଘଟଣା ସତ୍ୟ ଯାହା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ରେ l ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବା ଦିଲୀପ ଦାସ ନାମକ ଶିକ୍ଷକ ଦିନେ ଦି ଦିନ ନୁହେଁ ବର୍ଷ ବର୍ଷ ଧରି ଏପରି ବେନିୟମ କାର୍ଯ୍ୟ କରି ଚାଲିଛନ୍ତି l ଆଜି ମଧ୍ୟ୍ୟ ଟାଙ୍ଗୀ ବାଇପାସ ରେ ଏକ ଇଲେକ୍ଟ୍ରି ଟାଟା ନେକ୍ସନ କାର ମଧ୍ୟ ଜଳି ଯିବା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି l ବିଦ୍ୟଳୟ ର ଏହି ଘଟଣା କୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ଏସଏମସି ଚେୟାରମ୍ୟାନ ରବି ନାରାୟଣ ବାହିନୀପତି l ଚାର୍ଜ ହେଉଥିବା ସ୍କୁଟିର ଭିଡ଼ିଓ ମଧ୍ୟ ଭାଇରlଲ ହେଉଥିବା ଦେଖିବାକୁ ମିଳିଛି l ଗତକାଲି ଦିବା ୩ ଘଟିକା ସମୟରେ ବିଦ୍ୟାଳୟ ରେ ବିଶ୍ୱଜିତ ନାମକ ଶିକ୍ଷକ ଅନୁପସ୍ଥିତ ଥିବା ଓ ଆଜି ଦିବା ୩ ଘଟିକା ରୁ ଶିକ୍ଷୟିତ୍ରୀ ମଞ୍ଜୁ ବିଦ୍ୟାଳୟ ରେ ଅନୁପସ୍ଥିତ ଥିବା, ଏସବୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବା ଦିଲୀପ ଦାସ ଙ୍କ ମନମାନୀ ରେ ବିଦ୍ୟାଳୟ ଚାଲୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ଏସଏମସି ଚେୟାରମ୍ୟାନ l ଜ଼ିଲ୍ଲା ଶିକ୍ଷା ଅଧିକାରୀ ଏ ଘଟଣା କୁ ଗୁରୁତର ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଏସଏମସି ଚେୟାରମ୍ୟାନ ଓ ଅଭିଭାବକ ମହଲ l

261
5112 views