logo

ପେଟୁରୁ ପଞ୍ଚାୟତର ୭୮ଜଣଙ୍କ ଚକ୍ଷୁ ପରୀକ୍ଷଣ ଅନୁଷ୍ଠିତ। ପଟ୍ଟାଙ୍ଗି,କୋରାପୁଟ, ଓଡିଶା ।ତା୧୯/୧୧/୨୫

ପେଟୁରୁ ପଞ୍ଚାୟତର ୭୮ଜଣଙ୍କ ଚକ୍ଷୁ ପରୀକ୍ଷା
ଦାମନଯୋଡି,୧୯/୧୧:ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବୁଧବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ଶିବିରରେ ପେଟୁରୁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୭୮ଜଣ ବ୍ୟକ୍ତି ଯୋଗଦେଇ ଚକ୍ଷୁ ପରୀକ୍ଷା କରାଇଥିଲେ।୩୧ଜଣଙ୍କ ଠାରେ ମୋତିଆବିନ୍ଦୁ ଚି଼ହ୍ନଟ ସହିତ ୭ଜଣ ରୋଗୀଙ୍କ ଚଷମା ପରୀକ୍ଷା ହୋଇଥିଲା।ଚକ୍ଷୁରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ହୋଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ଭାଗବତ ମୁର୍ମୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ବିପିଏମ ମଧୁଲିକା ପାଢ଼ୀ,ପିଏଚଇଓ ଆରତୀ ଗୁଡ଼ିଆ ଓ ସୁପର ଭାଇଜର ବଦ୍ରିନାରାୟଣ ତ୍ରିପାଠୀ ଶିବିର ଆୟୋଜନର ନେତୃତ୍ୱ ନେଇଥିଲେ।ସିଏଚଓ ନିପା ମୁଦୁଲି ଓ ସ୍ବାସ୍ଥ୍ୟକର୍ମୀ ନରେଶ କୁମାର ବିଷୋୟୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ଆଶାକର୍ମୀ ରାଧା ଗେମେଲ,କୁମାରୀ ଖରା,ପଦ୍ମା ବାଙ୍କା,ତୁଳା ପାଙ୍ଗି,ପରଞ୍ଜି ଲଳିତା,ଶୂନ ହନ୍ତାଲ ଓ ରାଧାମା ଦିଶାରୀ ପରିଚାଳନାରେ ସହଯୋଗ କରିଥିଲେ।

28
2129 views