logo

ବନ୍ଧୁଗାଁର ଗୋଷ୍ଠୀ ଭିତ୍ତିକ ମାନସିକ ସ୍ବାସ୍ଥ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ବନ୍ଧୁଗାଁ,କୋରାପୁଟ, ଓଡିଶା ।ତା୧୯/୧୧/୨୫

ବନ୍ଧୁଗାଁରେ ଗୋଷ୍ଠୀ ଭିତ୍ତିକ ମାନସିକ ସ୍ବାସ୍ଥ୍ୟ ପ୍ରଶିକ୍ଷଣ ଅନୁଷ୍ଠିତ ସ୍ବେଛାସେବୀ ଅନୁଷ୍ଠାନ ୱାର୍ଡ ତରଫରୁ କାର୍ଯ୍ଯକାରୀ ହେଉଥିବା ବ୍ରେକିଂଗ୍ ଦି ସାଇଲେନ୍ସ କାର୍ଯ୍ୟକ୍ରମ ଅଧୀନରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବନ୍ଧୁଗାଁର ଅଗ୍ନି ଗାଙ୍ଗାମା କଲ୍ୟାଣ ମଣ୍ଡପ ଠାରେ ବ୍ଲକରେ ଥିବା ସମସ୍ତ ମାନସିକ ଅସୁସ୍ଥ ମହିଳା, ପୁରୁଷ ଓ ସେମାନଙ୍କର ସେବା ପ୍ରଦାନକାରୀ ଓ ଯତ୍ନକାରୀମାନଙ୍କୁ ଗୋଷ୍ଠୀ ଭିତ୍ତିକ ମାନସିକ ସ୍ବାସ୍ଥ୍ୟ ଓ ଯତ୍ନ ଭୂମିକା ଉପରେ କୋରାପୁଟ ଜିଲ୍ଲାର ବରିଷ୍ଠ ତାଲିମଦାତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ତାଲିମ ପ୍ରଦାନ କରିଥିଲେ। ୱାର୍ଡର ନିର୍ଦେଶିକା ଡକ୍ଟର ରାଇଚେଲ୍ ରେ କୁମାରୀ ଯୋଗଦେଇ ପ୍ରଶିକ୍ଷଣାର୍ଥୀଙ୍କୁ ଉସ୍ଚାହିତ କରିଥିଲେ। ଫାଇନାନ୍ସ ମ୍ୟାନେଜର ପ୍ରିତିମୟୀ ଦାସ ,ଓ ଜେମିମା ଯୋଗଦେଇ ନିଜର ମତାମତ ଦେଇଥିଲେ।ପ୍ରକଳ୍ପର ମ୍ୟାନେଜର ଗୌରୀ ସାହୁ ଓ ସଂଯୋଜକ ଲକ୍ଷ୍ମୀ ରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମୁଦାୟ ୪୦ଜଣ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।ବନ୍ଧୁଗାଁ ଅଂଚଳର ମାନସିକ ଅସୁସ୍ଥ ଥିବା ଲୋକଙ୍କପାଇଁ ଏହି ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ଥିଲା।

6
760 views