logo

ଏଫ୍ ବି ଡି ଓ ଓ ତରଫରୁ ରକ୍ତଦାନ ଶିବିର ଆୟୋଜିତ ଭୁବନେଶ୍ବର, ଓଡିଶା,ତା୧୯/୧୧/୨୫

ଏଫ୍. ବି.ଡି. ଓ. ଓ. ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ତା ୧୯.୧୧.୨୫:- ପଟିଆ ଇନ୍ଫୋସିଟୀସ୍ଥିତ ୱିପ୍ର କନଫରେନ୍ସ ହଲରେ ଓଡିଶା ରକ୍ତଦାତା ମହାସଂଘ (ଏଫ୍ ବି ଡି ଓ ଓ) ଓ ୱୀପ୍ରୋ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ କୁ ମାନବ ସମ୍ୱଳ ବିଭାଗ ମୁଖ୍ୟ ବିନୟ କୁମାର ମିଶ୍ର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିପ୍ରୋର ସାଗର ପଟ୍ଟନାୟକ ମ୍ୟାନେଜର, ଏମ୍. ମହାପାତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ୟାମ୍ପ ଟିକୁ ମନ୍ମଥ ମହାପାତ୍ର, ଫେଡରେଶନ ଅଫ ବ୍ଲଡ ଡନର ଅର୍ଗାନାଇଯେଶନ ଅଫ ଓଡ଼ିଶା (ଏଫବିଡିଓ ଓ) ଓଡିଶାର ତ୍ରିଲୋଚନ ଦାସ (FBDOO) ଓ ମୀନକେତନ ସାହୁ ଶିବିର ପରିଚାଳନାକରିବା ସହ ସହଯୋଗ କରିଥିଲେ। ବହୁ ରକ୍ତଦାତା ପ୍ରଥମଥର ରକ୍ତଦାନ କରିଥିଲେ। ଭୁବନେଶ୍ୱର ରେଡକ୍ରସ ରିଯୋନାଲ ବ୍ଳଡ ବ୍ୟାଙ୍କର ଡକ୍ଟର ଦେବୀ ପ୍ରସାଦ ରଥ , ଗୁଲସନ୍ କୁମାର ଦାସ ଓ ତାଙ୍କ ଷ୍ଟାଫ ଶ୍ରେୟାସ୍ମିତା ରାୟ, ସୁମିତ ମହାରଣା, ଶୁଭଶ୍ରୀ ଓ ଅମରଜିତ୍ ରକ୍ତ ସଂଗ୍ରହ କରିଥିଲେ। ମନ୍ମଥ ମହାପାତ୍ରଙ୍କ ସମେତ ଓଡ଼ିଶା ରକ୍ତଦାତା ମହାସଂଘର ତ୍ରିଲୋଚନ ଦାସ ଓ ମୀନକେତନ ସାହୁ ଶିବିର ପରିଚାଳନା କରିଥିଲେ । ଏହି ଶିବିର ରୁ ମୋଟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ୱିପ୍ରୋର ଏହି ସାମାଜିକ ଦାୟିତ୍ଵ ବୋଧ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ।

22
1263 views