logo

ନାଲକୋ ଆନ୍ତଃବିଭାଗୀୟ କ୍ରିକେଟ ଉଦଯାପିତ:ସର୍ଭିସେସ ଦଳ ଚମ୍ପିୟନ

ଦାମନଯୋଡ଼ି,୧୯/୧୧:ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର ସ୍ପୋର୍ଟ୍ସ ସେଲ ଆନୁକୂଲ୍ୟରେ ସେକ୍ଟର -୨ ସ୍ଥିତ ଡ଼ଃ ବି.ଆର.ଆମ୍ବେଦକର ଷ୍ଟାଡ଼ିୟମରେ ଗତ ୧୦ ତାରିଖରୁ ଚାଲିଥିବା ଆନ୍ତଃବିଭାଗୀୟ କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ମାଇନ୍ସ ଏବଂ ସର୍ଭିସେସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା।ସର୍ଭିସେସ ଦଳ ଏହି ମ୍ୟାଚକୁ ୯ ଉଇକେଟରେ ଜିଣି ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଥିଲେ।ମୁଖ୍ୟ ଅତିଥି ରୂପେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ଏବଂ ସମ୍ମାନିତ ଅତିଥି ରୂପେ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା ଫାଇନାଲ ଖେଳକୁ ଉଦଘାଟନ କରିଥିଲେ।ମାଇନ୍ସ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ।ନିର୍ଦ୍ଧାରିତ ୩୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ମାଇନ୍ସ ଦଳ ୯ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲେ।ଖେଳାଳୀ ସବୀର କୁମାର ପ୍ରଧାନ ୩୩ ବଲରେ ୨୯ ରନ ଏବଂ ବିନୟ ପ୍ରକାଶ ତିର୍କି ୨୬ ବଲରେ ୨୬ ରନ ସଂଗ୍ରହ କରିଥିଲେ।ସର୍ଭିସେସ ଦଳର ପଞ୍ଚଦେବ ଯାଦବ ୬ ଓଭରରେ ୨୭ ରନ ଦେଇ ୩ ୱିକେଟ ଏବଂ ନିରଜ ଶର୍ମା ୬ ଓଭରରେ ୩୦ ରନ ଦେଇ ୩ ୱିକେଟ ଅକ୍ତିଆର କରିଥିଲେ।ସର୍ଭିସେସ ଦଳ ୧୪୩ ରନର ବିଜୟ ଲକ୍ଷକୁ ପିଛା କରି ୨୩.୨ ଓଭରରେ ଏକ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲେ।ଖେଳାଳୀ ଭବାନୀ ଶଙ୍କର ସାମଲ ୬୫ ବଲରେ ଅପରାଜିତ ୭୩ ରନ ଏବଂ ଅନିଲ ସିଂ ଚୌହାନ ୬୯ ବଲରେ ଅପରାଜିତ ୫୮ ରନ ସଂଗ୍ରହ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମାଇନ୍ସ ଦଳର ଖେଳାଳୀ ପ୍ରତାପ ତପନ ସାହୁ ୫ ଓଭରରେ ୩୦ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଅମ୍ପାୟାର ରୂପେ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ ଓ ଆର ଡି ରଜନୀକାନ୍ତ,ମ୍ୟାଚ ରେଫରୀ ରୂପେ ସୁରେଶ କୁମାର ମାଣିଆ ଏବଂ ସ୍କୋରର ରୂପେ ନିର୍ମଳ କୁମାର ରାଉତ ଏବଂ ଦୁଷ୍ୟନ୍ତ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ।ପୁରସ୍କାର ବିତରଣ ଉତ୍ସବରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂ ମୁଖ୍ୟ ଅତିଥି ରୂପେ,ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ସମ୍ମାନିତ ଅତିଥି ରୂପେ ଏବଂ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା ଏବଂ ଅନିଲ କୁମାର ସିଂ ଅତିଥି ଭାବେ ଯୋଗ ଦେଇ କୃତୀ ଦଳ ଓ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ସର୍ଭିସେସ ଦଳର ଭବାନୀ ଶଙ୍କର ସାମଲଙ୍କୁ ମ୍ୟାନ ଅଫ ଦି ଫାଇନାଲ ଏବଂ ରଶ୍ମି ରଞ୍ଜନ ପଣ୍ଡା,ଅନିଲ ସିଂ ଚୌହାନ, ସମୀର ସୌରଭ ସିଂ,ସବୀର କୁମାର ପ୍ରଧାନ,ଅଜୟପାଲ ସୋରି,ଶ୍ରୀକାନ୍ତ କୁମାର ସାହୁ,ରୀତିଶ ମଲ୍ଲିକ ଏବଂ ମହେନ୍ଦ୍ର ନାୟକଙ୍କୁ ବିଭିନ୍ନ ଦିବସ ଖେଳର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।ମେକାନିକାଲ ଦଳର ରଶ୍ମି ରଞ୍ଜନ ପଣ୍ଡା ଶ୍ରେଷ୍ଠ ବ୍ୟାଟର ଏବଂ ମାଇନସ ଦଳର ସମୀର ସୌରଭ ସିଂ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିବା ବେଳେ ସର୍ଭିସେସ ଦଳର ମହେନ୍ଦ୍ର ନାୟକ ଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଅନିଲ ସିଂ ଚୌହାନ ସବୁଠାରୁ ମୂଲ୍ୟବାନ ଖେଳାଳୀ ପୁରସ୍କାର ପାଇଥିଲେ।ମାଇନସ ଦଳକୁ ଉପବିଜେତା ଟ୍ରଫି ଏବଂ ସର୍ଭିସେସ ଦଳକୁ ବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା।ନାଲକୋ ସ୍ପୋର୍ଟ୍ସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ତତ୍ତ୍ୱlବଧାନରେ ନାଲକୋ ସ୍ପୋର୍ଟ୍ସ କମିଟିର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ନାଲକୋ ସ୍ପୋର୍ଟ୍ସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଏହି ପ୍ରତିଯୋଗିତାରେ ଏସ ପି ପି, ମେକାନିକାଲ, ଅପରେସନ,ଇଲେକ୍ଟ୍ରିକାଲ - ସି ଆଣ୍ଡ ଆଈ, ମାଇନ୍ସ ଏବଂ ସର୍ଭିସେସ ଆଦି ୬ଟି ଦଳ ଭାଗ ନେଇଥିଲେ।

8
940 views