
ଅନ୍ତର୍ବିଭାଗୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ନାଲକୋ,ଦାମନଯୋଡି,କୋରାପୁଟ, ଓଡିଶା, ତା୧୯/୧୧/୨୫
ନାଲକୋ ଆନ୍ତଃବିଭାଗୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ସର୍ଭିସେସ ଦଳ ଚମ୍ପିୟନ
ଦାମନଯୋଡି 18/11 : ଖଣି ଓ ପରିଶୋଧନ ପ୍ରକଳ୍ପ, ନାଲକୋ, ଦାମନଯୋଡିର ସ୍ପୋର୍ଟ୍ସ ସେଲ ଆନୁକୂଲ୍ୟରେ ସେକ୍ଟର -2 ସ୍ଥିତ ଡ ବି ଆର ଆମ୍ବେଦକର ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଆନ୍ତଃବିଭାଗୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳ ମାଇନ୍ସ ଏବଂ ସର୍ଭିସେସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିଯୋଗିତାରେ ନାଲକୋ, ଦାମନଯୋଡିର ଏସ ପି ପି, ମେକାନିକାଲ, ଅପରେସନ, ଇଲେକ୍ଟ୍ରିକାଲ - ସି ଆଣ୍ଡ ଆଈ, ମାଇନ୍ସ ଏବଂ ସର୍ଭିସେସ ଆଦି 6ଟି ଦଳ ଭାଗ ନେଇଥିଲେ l ଏହି ପ୍ରତିଯୋଗିତା ନଭେମ୍ବର 10 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 18 ତାରିଖ ଯାଏ ଅନୁଷ୍ଠିତ ହୋଇଥିଲା l ଅତିଥି ରୂପେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ଏବଂ ମୁଖ୍ୟ ମହା ପ୍ରବନ୍ଧକ ସଞ୍ଜୟ ଗୁପ୍ତା ଯୋଗଦେଇ ଫାଇନାଲ ଖେଳକୁ ଉଦଘାଟନ କରିଥିଲେ l ମାଇନ୍ସ ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ 30 ଓଭର ବିଶିଷ୍ଟ ଏହି ମ୍ୟାଚରେ ମାଇନ୍ସ ଦଳ 9 ଉଇକେଟ ହରାଇ 142 ରନ ସଂଗ୍ରହ କରିଥିଲେ l ମାଇନ୍ସ ଦଳର ଖେଳାଳୀ ସବୀର କୁମାର ପ୍ରଧାନ 33 ବଲରେ 29 ରନ ଏବଂ ବିନୟ ପ୍ରକାଶ ତିର୍କି 26 ବଲରେ 26 ରନ ସଂଗ୍ରହ କରିଥିଲେ l ସର୍ଭିସେସ ଦଳର ଖେଳାଳୀ ପଞ୍ଚଦେବ ଯାଦବ 6 ଓଭରରେ 27 ରନ ଦେଇ 3 ୱିକେଟ ଏବଂ ନିରଜ ଶର୍ମା 6 ଓଭରରେ 30 ରନ ଦେଇ 3 ୱିକେଟ ଅକ୍ତିଆର କରିଥିଲେ l ସର୍ଭିସେସ ଦଳ 143 ରନର ବିଜୟ ଲକ୍ଷକୁ ପିଛା କରି 23.2 ଓଭରରେ ଏକ ଉଇକେଟ ହରାଇ 144 ରନ ସଂଗ୍ରହ କରିଥିଲେ l ସର୍ଭିସେସ ଦଳ ଏହି ମ୍ୟାଚରେ 9 ଉଇକେଟରେ ବିଜୟ ଲାଭ କରି ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଥିଲେ l ସର୍ଭିସେସ ଦଳର ଖେଳାଳୀ ଭବାନୀ ଶଙ୍କର ସାମଲ 65 ବଲରେ ଅପରାଜିତ 73 ରନ ଏବଂ ଅନିଲ ସିଂ ଚୌହାନ 69 ବଲରେ ଅପରାଜିତ 58 ରନ ସଂଗ୍ରହ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ମାଇନ୍ସ ଦଳର ଖେଳାଳୀ ପ୍ରତାପ ତପନ ସାହୁ 5 ଓଭରରେ 30 ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ l ଆଜିର ଖେଳରେ ଅମ୍ପାୟାର ରୂପେ ରମେଶ ଚନ୍ଦ୍ର ସ୍ୱାଇଁ ଓ ଆର ଡି ରଜନୀକାନ୍ତ, ମ୍ୟାଚ ରେଫରୀ ରୂପେ ସୁରେଶ କୁମାର ମାଣିଆ ଏବଂ ସ୍କୋରର ରୂପେ ନିର୍ମଳ କୁମାର ରାଉତ ଏବଂ ଦୁଷ୍ୟନ୍ତ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରୁଥିଲେ l ପୁରସ୍କାର ବିତରଣ ଉତ୍ସବରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂ ମୁଖ୍ୟ ଅତିଥି ରୂପେ, ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ସମ୍ମାନିତ ଅତିଥି ରୂପେ ଏବଂ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା ଏବଂ ଅନିଲ କୁମାର ସିଂ ଅତିଥି ଭାବେ ଯୋଗ ଦେଇଥିଲେ l ସର୍ଭିସେସ ଦଳର ଭବାନୀ ଶଙ୍କର ସାମଲଙ୍କୁ ମ୍ୟାନ ଅଫ ଦି ଫାଇନାଲ ଏବଂ ରଶ୍ମି ରଞ୍ଜନ ପଣ୍ଡା, ଅନିଲ ସିଂ ଚୌହାନ, ସମୀର ସୌରଭ ସିଂ, ସବୀର କୁମାର ପ୍ରଧାନ, ଅଜୟପାଲ ସୋରି, ଶ୍ରୀକାନ୍ତ କୁମାର ସାହୁ, ରୀତିଶ ମଲ୍ଲିକ ଏବଂ ମହେନ୍ଦ୍ର ନାୟକଙ୍କୁ ବିଭିନ୍ନ ଦିନ ଖେଳର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା l ମେକାନିକାଲ ଦଳର ରଶ୍ମି ରଞ୍ଜନ ପଣ୍ଡା ଶ୍ରେଷ୍ଠ ବ୍ୟାଟର ଏବଂ ମାଇନସ ଦଳର ସମୀର ସୌରଭ ସିଂ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିବା ବେଳେ ସର୍ଭିସେସ ଦଳର ମହେନ୍ଦ୍ର ନାୟକ ଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଅନିଲ ସିଂ ଚୌହାନ ମୋଷ୍ଟ ଭାଲୁଏବଲ ଖେଳାଳୀ ପୁରସ୍କାର ପାଇଥିଲେ l ମାଇନସ ଦଳକୁ ଉପବିଜେତା ଟ୍ରଫି ଏବଂ ସର୍ଭିସେସ ଦଳକୁ ବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା l ନାଲକୋ ସ୍ପୋର୍ଟ୍ସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ତତ୍ତ୍ୱlବଧାନରେ ନାଲକୋ ସ୍ପୋର୍ଟ୍ସ କମିଟିର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l