logo

Bargarh dhanujatra

ବରଗଡ଼ ଧନୁଯାତ୍ରା–୨୦୨୫: କଂସ ସହ ଅନ୍ୟ ଚରିତ୍ର ପାଇଁ କଳାକାର ଚୟନ ଘୋଷଣା
ବିଶ୍ୱ ପ୍ରସିଦ୍ଧ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ ଡିସେମ୍ବରରେ ଆରମ୍ଭ ହେବ। ୧୧ ଦିନ ବ୍ୟାପୀ ଏହି ମହୋତ୍ସବ ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଉତ୍ସବ ପାଇଁ ପ୍ରମୁଖ ଚରିତ୍ରମାନଙ୍କ ନାମ ମଙ୍ଗଳବାରରେ ଘୋଷଣା କରାଯାଇଛି।
ଏଥର କଂସ ଚରିତ୍ର ପାଇଁ ଭେଡେନ ବ୍ଲକର ଚିଚିଣ୍ଡା ଗ୍ରାମର ସୁଶିଲ ମେହେର ମନୋନୀତ ହୋଇଛନ୍ତି। ତାଙ୍କ ଚୟନ ସହ ବରଗଡ଼ ଓ ଧନୁଯାତ୍ରାପ୍ରେମୀମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି।
ଅନ୍ୟ ଚରିତ୍ର ପାଇଁ ଚୟନିତ କଳାକାରମାନେ—
ପ୍ରଭାସ କୁମାର ତ୍ରିପାଠୀ – ମୁଷ୍ଟିକ
ହିମାଂଶୁ ସାହୁ – ଚାଣୁର
ଆର୍ତ୍ତତ୍ରାଣ ମହାପାତ୍ର – ଉଗ୍ରସେନ
କାମରାଜ ଭୋଇ – ନାରଦ
ମନୋଜ ସାହୁ – ବସୁଦେବ
ଜଗନ୍ନାଥ ସାହୁ – ଅକ୍ରୂର
ଜଗବନ୍ଧୁ ମହାଲିଙ୍ଗ – ସାର୍ତ୍ତକୀ
ହେମନ୍ତ ପ୍ରଧାନ (ଅମ୍ବାଭୋନା) – ସେନାପତି
ଗୁଲାବ ଚନ୍ଦ୍ର ଦାଶ – ମହାମନ୍ତ୍ରୀ
ଏହି ଚୟନ ସମ୍ପର୍କରେ ଧନୁଯାତ୍ରା ମହୋତ୍ସବ ସମିତିର ଉପସଭାପତି ଓ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ସଭାକକ୍ଷରେ ସରକାରିକ ଘୋଷଣା କରିଥିଲେ। ସମୟରେ ସମିତି ସମ୍ପାଦକ ସୁରେଶର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ।

9
79 views