logo

ନେତା ପ୍ରବଳକୁ...........

ନେତା ପ୍ରବଳ କୁ ଗାଁ ରାସ୍ତା ଦୁର୍ବଳ
ପୁରୁଷୋତ୍ତମପୁର -୧୮/୧୧(ଆଦିତ୍ୟ ରାମ ମହାପାତ୍ର)ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ମୁଖ୍ୟ ରାସ୍ତା ଟି ମା ତାରାତାରିଣୀ ଙ୍କ ପୀଠ କୁ ଯିବା ପାଈଁ ଏକ ମୁଖ୍ୟ ରାସ୍ତା l ବିଗତ ସରକାର ଅମଳରେ ମାଆଙ୍କ ନିକଟକୁ ଯିବା ପାଈଁ ଲୋକ ମାନେ ବାଲି ରେ ସାଇକେଲ ଦ୍ଵାରା ପଶି ମନ୍ଦିରକୁ ଯାଉଥିଲେ l ବେଳେବେଳେ ଋଷିକୂଲ୍ୟା ନଦୀରେ ପାଣି ଆସିବା ସମୟରେ ଡ଼ଙ୍ଗା ସାହାଯ୍ୟରେ ଅଞ୍ଚଳବାସୀ ନଦୀ ପରା ହୋଇ ମନ୍ଦିର କୁ ଯାଉଥିଲେ ଜନସାଧାରଙ୍କ ଏପରି କଷ୍ଟକୁ ଉପଲବ୍ଧ କରି ବିଜେଡି ସରକାର ପୋଲ ନିର୍ମାଣ କରିଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା ସେହି ରାସ୍ତାଟି ବର୍ତମାନ ଜନସଧାରଣ ଙ୍କ ପାଈଂ ମରଣଯନ୍ତା ପାଲଟି ଯାଇଛି l ରାସ୍ତା ଟି ବହୁଦିନ ହେଲା ମରାମତି ହୋଇପାରୁନି l ସେହି ରାସ୍ତା ଦେଇ ବହୁ ଭାରି ଜାନ ଯିବାଆସିବା କରୁଛି ଯେଉଁଥିପାଇଁ ରାସ୍ତା ଟି ଆହୁରି ଦୁର୍ବଳ ହୋଇ ପଡ଼ିଲାଣି l ପରିତାପର ବିଷୟ ହେଲା ବ୍ଲକ ରେ ଏତେ ବଡ ବଡ ନେତା ଥାଇ ବି ରାସ୍ତାଟି କୁ ସାମାନ୍ୟ ମରାମତି କରିବା ପାଈଁ ମଧ୍ୟ ଆଗ୍ରହ ଦେଖାଉ ନାହାନ୍ତି l ଯାହାଫଳରେ ସେହି ରାସ୍ତା ଦେଇ ହଜାର ହଜାର ଲୋକ ଯିବା ଆସିବା କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି l ଏହି ବ୍ଲକ ରେ ପ୍ରତିଷ୍ଠିତ ରାଜନେତା ମାନେ ପ୍ରବଳ ଅଛନ୍ତି କିନ୍ତୁ ରାସ୍ତାଟି ବହୁ ଦୁର୍ବଳ ଅବସ୍ଥାରେ ପଡି ରହିଛି l ସେଥିପାଇଁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ରାସ୍ତା ଟିକୁ ମରାମତି କରିବା ପାଈଂ ଅଂଚଳବାସୀ ଦାବି ଜଣାଇଛନ୍ତି l

0
12 views