logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ମା ଖମ୍ବେଶ୍ବରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଆସିକା ସହର ମା ଖମ୍ବେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଖିରୋଦ ଚନ୍ଦ୍ର ବେହେରା ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଆସିକା ତହସିଲଦାର ସୁଶ୍ରୀ ସଂଗୀତା ସେଣ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ୟୁନିଭେର୍ସିଟି ଅବସରପ୍ରାପ୍ତ ଲିଙ୍ଗୋଷ୍ଟିକ୍ସ ପ୍ରଫେସର ଅଜୟ କୁମାର ପଣ୍ଡା,ବରିଷ୍ଠ ସମାଜସେବୀ ମନୋରଞ୍ଜନ ପଣ୍ଡା, ବରିଷ୍ଠ ଆଇନଜୀବି ଦିଲ୍ଲୀପ କୁମାର ପାଣିଗ୍ରାହୀ, ମାନବସେବା ସମିତି ସଭାପତି ଗଣେଷ ରଥ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଭଟ୍ଟ, ଗଙ୍ଗାଧର ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ଜାତୀୟ ସ୍ତରରେ ଆଞ୍ଚଳିକ ସାମ୍ବାଦିକଙ୍କ ଭୂମିକା ଓ ଚ୍ୟାଲେଞ୍ଜ ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତହୋଇଥିଲା l ଏହି ସଭାକୁ ବରିଷ୍ଠ ଆଇନଜୀବି ଅନିଲ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସାମ୍ବାଦିକ ପୀତବାସ ଦାଶ,ବାଲ୍ମୀକି ବିଷୋୟୀ,ଶିବରାମ ସିୟ,କାମଳେନ୍ଦୁ ହୋତା, ପ୍ରଶାନ୍ତ କୁମାର ମୁନି,ଶକ୍ତିପ୍ରସାଦ କର,ରାମକୃଷ୍ଣ ଡାକୁଆ,ଜଗନ୍ନାଥ ସାହୁ,ଅକ୍ଷୟ ଜେନା,ଜାତିରାଜ ପାଣିଗ୍ରାହୀ, ଭଗବାନ ପାଢ଼ୀ, କୃପାସିନ୍ଧୁ ସ୍ୱାଇଁ, ପ୍ରତାପମହାନ୍ତି, ଅଜିତ ଦାସ,କାଳୁ ଚରଣ ମହାପାତ୍ର, ହୃଦାନନ୍ଦ ଜେନା,ଅଖିଳ ପଟ୍ଟନାୟକ,ରବୀନ୍ଦ୍ର ନାଥ ପ୍ରଧାନ, ରଞ୍ଜନ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ।

46
219 views

Comment