logo

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍‌ଏଚ୍–26 ରେ ଓଟୋ–ବସ୍ ଦୁର୍ଘଟଣା, ବସ୍ ପଛ ପଟେ ଧକ୍କା ମାରି ଓଟୋ ଡ୍ରାଇଭ୍ ଚାପି ହୋଇ ଥିବା




---

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ

ଆଜି 14/11/2025, ଜୁନାଗଡ଼ ଏନ୍‌ଏଚ୍–26 ରେ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଗୋଟିଏ ଓଟୋ ବସ୍‌ର ପଛ ପଟେ ଯାଇ ଜୋରଦାର ଧକ୍କା ମାରିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଓଟୋର ସମ୍ମୁଖ ଭାଗ ପାଟିଯାଇ, ଡ୍ରାଇଭର ଭିତରେ ଚାପି ଫସିଯାଇଥିଲେ।

ଖବର ପାଇ ଫାୟାର ସର୍ଭିସ୍ ତତ୍କ୍ଷଣାତ୍ ପହଞ୍ଚି ଓଟୋର ଫାଟିଥିବା ଲୋହା ଅଂଶକୁ କଟର୍ ମେସିନ୍‌ରେ କାଟି ସୁରକ୍ଷାପୂର୍ବକ ଡ୍ରାଇଭରଙ୍କୁ ଉଦ୍ଧାର କରିଲେ। ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି।

ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣା କେମିତି ଘଟିଲା— ତାହାର ପ୍ରକୃତ କାରଣ ଖୋଜାଯାଉଛି।

3
104 views