logo

ଯଥା ପୂବଂ ତଥା ପରଂ ସ୍ଥିତିରେ ଚାଲିଛି ପଲ୍ଲୀରେ ପ୍ରଶାସନ

ଖୋର୍ଦ୍ଧା,(ଏ.ଆଇ.ଏମ.ଏ) : ୧୦. ୧୧. ୨୫ : ଯଥା ପୂବଂ ତଥା ପରଂ ସ୍ଥିତିରେ ଚାଲିଛି ପଲ୍ଲୀରେ ପ୍ରଶାସନ l ପ୍ରମୁଖ ଅଧିକାରୀ ମାନଙ୍କ ଅନୁପସ୍ଥିତି ରେ ଚାଲିଛି ପଂଚାୟତସ୍ତରୀୟ ଜନ ଅଭିଯୋଗ ଶିବିର l ଯାହାକି ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗୀ ବ୍ଲକ ପଂଚାୟତ ଗୁଡିକରେ ହେଉଥିବା ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳୁଛି l
ରାଜ୍ୟ ସରକାର ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ 'ପଲ୍ଲୀ ରେ ପ୍ରଶାସନ'ସ୍ଲୋଗାନ ସମ୍ପୂର୍ଣ ପ୍ରହସନ ରେ ଚାଲିଥିବା ଦେଖିବାକୁ ମିଳିଛି l ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଜ଼ିଲ୍ଲାପାଳ ମାନଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ନିର୍ଧେଶ ଦିଆଯାଇଛି l ସେବା -ସମାଧାନ -ସଚେତନତା ମାଧମରେ ଗ୍ରାମପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ମାନ ଏବେ ପ୍ରତ୍ୟେକ ମାସର ସୋମବାର ବିଭିନ୍ନ ପଂଚାୟତ ରେ କରାଯାଉଛି l ମାତ୍ର ଏହି ସବୁ ଅଭିଯୋଗ ଶୁଣାଣି ଶିବିର ରେ କେହି ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିବା ଦେଖିବାକୁ ମିଳୁନି l ଅଭିଯୋଗ ଶିବିର ଆରମ୍ଭ ହେବାର କିଛି ସମୟ ପାଇଁ ବି ଡି ଓ ଙ୍କ ମୁହଁ ଦେଖିବାକୁ ମିଳୁଛି ପରେ ଅତିରିକ୍ତ ବି ଡି ଓ ପରିଚାଳନା କରୁଥିଲେ ମଧ୍ୟ ଜନସାଧାରଣ ଙ୍କ ମୁହାଁ ମୁହିଁ ହେଉନାହାନ୍ତି କି କୌଣସି ଅଭିଯୋଗ ର ପ୍ରଶ୍ନ ପଚାରିଲେ ଆମେ ଦେଇପାରିବୁନି ବିଡ଼ିଓ ଦେବେ କହୁଛନ୍ତି l କେବଳ ବ୍ଲକ ଓ ପଂଚାୟତ ଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀ ଉପସ୍ଥିତ ହୋଇ ଜନସାଧାରଣ ଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା କାର୍ଯ୍ୟ କରୁଛନ୍ତି l ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ନ ଥିବାରୁ ରାଜ୍ୟ ସରକାର ଦେଉଥିବା ସ୍ଲୋଗାନ 'ସେବା -ସମାଧାନ - ସଚେତନତା ' କେବଳ କାଗଜ ପତ୍ର ରେ ହେଉଥିବା ଜନସାଧାରଣ ପ୍ରଶ୍ନ କରିଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ଗ୍ରାମପଂଚାୟତ ରେ ହେଉଥିବା ପଲ୍ଲୀ ରେ ପ୍ରଶାସନ ଜନ ଅଭିଯୋଗ ଶିବିରରେ ଦେଖିବାକୁ ମିଳିଛି l ଅନ୍ୟ ପଟେ ଗୁରୁତ୍ୱପୂର୍ଣ ଯୋଗାଣ ବିଭାଗ, ଶିକ୍ଷା ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପୋଲିସ ବିଭାଗ ଓ ଅନ୍ୟ ଗରୁତ୍ୱପୂର୍ଣ ବିଭାଗ ଦିୟତ୍ୱ ରେ ଥିବା ଅଧିକାରୀ ଅଭିଯୋଗର ଉତ୍ତର ଦେବାକୁ ଅସହାୟ ମନେକରୁଛନ୍ତି l ଆଜି ନିରାକାରପୁର ଗ୍ରାମପଂଚାୟତ ରେ ଅନୁଷ୍ଠିତ ଏହି ପଲ୍ଲୀ ରେ ପ୍ରଶାସନ ଅଭିଯୋଗ ଶିବିରରେ ୩୦୭ ଜଣ ହିତାଧିକାରୀ ସେମାନଙ୍କ ଅଭିଯୋଗ ବିଭିନ୍ନ ବିଭାଗ ପାଇଁ ପଞ୍ଜିକୃତ କରିଥିଲେ ମାତ୍ର ଅଧିକାରୀ ଗଣ ଅନୁପସ୍ଥିତ ଥିବାରୁ ଏହାର ସମାଧାନ ପାଇଁ ସେମାନଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାର ପ୍ରତିକ୍ରିୟା ମିଳିଛି l ୩୨ ବିଭାଗ ମଧ୍ୟରୁ ଆଜି ୨୦ ଟି ବିଭାଗ ର କର୍ମଚାରୀ ଉପସ୍ଥିତ ଥିବାବେଳେ ଗରୁତ୍ବପୂର୍ଣ ପୋଲିସ ବିଭାଗ ପକ୍ଷରୁ ଅଭିଯୋଗ ଓ ଆଇନ ଶୃଙ୍ଖଳା ପାଇଁ ଜଣେ ହାବିଲଦାର ଉପସ୍ଥିତ ଥିବା ଚର୍ଚ୍ଚା ର ବିଷୟ ଥିଲା l ପୂର୍ବରୁ ଏହି ପଲ୍ଲୀ ରେ ପ୍ରଶାସନ ଅଭିଯୋଗ ଶିବିର ଏହିଭଳି ଚାଲୁଥିବା ଖବର ପ୍ରକାଶ ଓ ପ୍ରସାରଣ ହୋଇଥିଲେ ମଧ୍ୟ ଜ଼ିଲା ପ୍ରଶାସନ ଏହାକୁ ଗୁରୁତ୍ୱ ନଦେଇ ନିଜ କର୍ତ୍ତବ୍ୟ ଠିକ ରୂପେ କରୁଥିବା ବାହାବା ନେବା ନିଶ୍ଚିତ ହାସ୍ୟାସ୍ପଦ କଥା l ସରକାରଙ୍କ ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କୁ କେତେ ସଫଳତା ଦେଉଛି ତାହା ଭବିଷ୍ୟତ ରେ ଜଣାପଡିବ ବୋଲି ମତ ପ୍ରକାଶ ପାଇଛି l

89
5576 views
  
1 shares